www.samajalive.in
Monday, December 15, 2025
27.1 C
Bhubaneswar

ଦାବି ହାସଲ ପାଇଁ ରାଜରାସ୍ତାରେ ଗର୍ଜିଲେ ପ୍ରାଥମିକ ଶିକ୍ଷକ

କାମାକ୍ଷାନଗର: ପ୍ରାଥମିକ ଶିକ୍ଷକଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ଓ ଅନ୍ୟାୟ ପ୍ରତିବାଦରେ ରାଜରାସ୍ତାରେ ଗର୍ଜିଛନ୍ତି ପ୍ରାଥମିକ ଶିକ୍ଷକ । ଢେଙ୍କାନାଳ ଜିଲ୍ଲା ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଏକ ବିଶାଳ ଶୋଭାଯାତ୍ରା କରାଯାଇ ସରକାରଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ଶନିବାର ପ୍ରଦାନ କରାଯାଇଛି । ନିକଟ ଅତୀତରେ ରାଜ୍ୟ ସରକାର ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ କରିଛନ୍ତି । କିନ୍ତୁ ଏହା ପ୍ରାଥମିକ ଶିକ୍ଷକଙ୍କ କ୍ଷେତ୍ରରେ ଲାଗୁ କରିନାହାଁନ୍ତି । ୨୦୦୧ ମସିହାରେ ଯେତେବେଳେ ସରକାରଙ୍କ ଆର୍ଥିକ ଅବସ୍ଥା ଅସ୍ୱଚ୍ଛଳ ଥିଲା ସେତେବେଳେ ପ୍ରାଥମିକ ଶିକ୍ଷକଙ୍କୁ ଶିକ୍ଷା ସହାୟକ ଭାବେ ୧୫୦୦ ଟଙ୍କାରେ ଚୁକ୍ତିଭିତିକ ନିଯୁକ୍ତି ପ୍ରଦାନ କରାଯାଇଥିଲା । ୨୦୦୧ ମସିହା ଠାରୁ ପ୍ରାଥମିକ ଶିକ୍ଷକମାନେ ସ୍ୱଳ୍ପ ବେତନରେ ନିଯୁକ୍ତି ପାଇ ସରକାରଙ୍କ ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ତୁଲାଇ ଆସୁଛନ୍ତି ।

ଏତଦ୍‌ ବ୍ୟତୀତ ସରକାରଙ୍କ ନୂତନ ପେନସନ ବ୍ୟବସ୍ଥା ଫଳରେ ଜଣେ ପ୍ରାଥମିକ ଶିକ୍ଷକ ୧୫ରୁ ୨୦ବର୍ଷ ଚାକିରି କରି ଅବସର ନେଲେ ତାକୁ ମାତ୍ର ୭୦୦ ରୁ ୧୫୦୦ ଟଙ୍କା ମଧ୍ୟରେ ପେନସନ ମିଳୁଛି । ଏହି ସ୍ୱଳ୍ପ ପେନସନରେ ଅବସରପ୍ରାପ୍ତ ଶିକ୍ଷକଟି ନିଜ ପରିବାର ଚଳାଇବା ପାଇଁ କଷ୍ଟ ସ୍ୱୀକାର କରୁଛି । ତେଣୁ ସରକାର ୨୦୦୧ ମସିହା ଠାରୁ ନିଯୁକ୍ତ ଶିକ୍ଷକ କ୍ଷେତ୍ରରେ ଚୁକ୍ତିଭିତିକ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ କରିବା, ମୂଳ ନିଯୁକ୍ତି ସମୟ ଠାରୁ ଚାକିରି ସମୟ ଗଣନା କରିବା ଓ ପ୍ରତିବର୍ଷ ଇନକ୍ରିମେଂଟ ପ୍ରଦାନ କରିବା, ନୂତନ ପେନ୍ସନ୍ ବ୍ୟବସ୍ଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ଓ ଏକ୍ସ-କ୍ୟାଡର ଶିକ୍ଷକ ବ୍ୟବସ୍ଥା ଉଚ୍ଛେଦ କରି ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରିବା ଆଦି ଦାବି ନେଇ ଏକ ବିଶାଳ ଶୋଭାଯାତ୍ରା ଆଜି ଅପରାହ୍ନରେ ଆୟୋଜିତ ହୋଇଥିଲା ।

- Advertisement -

ଶୋଭାଯାତ୍ରା ବଳଦେବଜୀଉ ମନ୍ଦିର ଠାରୁ ଆରମ୍ଭ ହୋଇ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ବସ ଷ୍ଟାଣ୍ଡ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଚିଥିଲା । ସଂଘର ଜିଲ୍ଲା ସଭାପତି ନିରାକର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା । ଏହି ସଭାରେ ପ୍ରଶାନ୍ତ ନାଥ, ବୈରାଗୀ ସେଠୀ, ଅଜୟ ସ୍ୱାଇଁ, ସୁଶାନ୍ତ ପାଢୀ, ମହେଶ୍ୱର ପ୍ରଧାନ ପ୍ରମୁଖ ଶିକ୍ଷକ ନେତା ଅଭିଭାଷଣ ପ୍ରଦାନ କରି ସରକାରଙ୍କର ଶିକ୍ଷାନୀତି ଓ ପ୍ରାଥମିକ ଶିକ୍ଷକ ମାରଣ ନୀତିକୁ ଦୃଢ ନିନ୍ଦା କରିଥିଲେ । ଆସନ୍ତା ନଭେମ୍ବର ୨୭ ତାରିଖରେ ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ଆହ୍ୱାନ କ୍ରମେ ବିଧାନସଭା ସମ୍ମୁଖରେ ପ୍ରସ୍ତାବିତ ଗଣଧାରଣାରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ଆନ୍ଦୋଳନ ସଫଳ କରିବା ପାଇଁ କର୍ମକର୍ତାମାନେ ଅନୁରୋଧ କରିଥିଲେ । ଏହି ଶୋଭାଯାତ୍ରାରେ ଢେଙ୍କାନାଳ ଜିଲ୍ଲାର ୮ଟି ବ୍ଲକରୁ  ୩ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories