www.samajalive.in
Monday, December 15, 2025
15.1 C
Bhubaneswar

ସଦ୍‍ଭାବନା ଦିବସରେ କର୍ମଚାରୀଙ୍କ ଶପଥ ପାଠ

ଆଠଗଡ଼: ଜାତୀୟ ସଦ୍‍ଭାବନା ଦିବସ ଅବସରରେ ସରକାରଙ୍କ ନିର୍ଦ୍ଦେଶାନାମା ଅନୁଯାୟୀ ଶନିବାର ସମସ୍ତ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀମାନେ ସାମୂହିକ ଶପଥପାଠ କରିଛନ୍ତି। ଆଠଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ଏବଂ ତହସିଲ କାର୍ଯ୍ୟାଳୟରେ ତହସିଲଦାର ପ୍ରିୟବ୍ରତ ଦାସ କର୍ମଚାରୀଙ୍କୁ ଶପଥପାଠ କରାଇଥିଲେ। ଜାତି, ସଂପ୍ରଦାୟ, କ୍ଷେତ୍ର, ଧର୍ମ ଅବା ଭାଷା ଭିତ୍ତିରେ କୌଣସି ଭେଦଭାବ ନରଖି ସବୁ ଦେଶବାସୀଙ୍କ ଭାବନାତ୍ମକ ଏକତା ଓ ସଦ୍‍ଭାବନା ରକ୍ଷା କରି କାର୍ଯ୍ୟ କରିବାକୁ କର୍ମଚାରୀମାନେ ଶପଥ ପାଠ କରିଥିଲେ। ଅନ୍ୟ ସରକାରୀ କାର୍ଯ୍ୟାଳୟ ଗୁଡିକରେ ମଧ୍ୟ ଅନୁରୁପ ଭାବେ କର୍ମଚାରୀମାନେ ଶପଥ ପାଠ କରିଥିବା ଜଣାପଡ଼ିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories