www.samajalive.in
Sunday, December 14, 2025
17.1 C
Bhubaneswar

ବିଜେପିର ସହରାଞ୍ଚଳ ଗରିବ କଲ୍ୟାଣ ସମୀକ୍ଷା ସମାବେଶ

ଆଠଗଡ଼: ବିଜେପିର ରାଜ୍ୟ ନଦୀସୁରକ୍ଷା ସମିତି (ନମାମୀ ଗଙ୍ଗେ) ପକ୍ଷରୁ ସୋମବାର ସ୍ଥାନୀୟ ମହାବୀର ପ୍ଲାଜାଠାରେ ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବ୍ରଜେନ୍ଦ୍ର କୁମାର ରାୟଙ୍କ ପୌରୋହିତ୍ୟରେ ସହରାଞ୍ଚଳ ଗରିବ କଲ୍ୟାଣ ସମିକ୍ଷା ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ରାଜ୍ୟ ନଦୀସୁରକ୍ଷା ସମିତିର ସଂଯୋଜକ ମହେଶ୍ୱର ସାହୁ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧିନ ସରକାରଙ୍କ ୮ବର୍ଷ ଶାସନକାଳ ମଧ୍ୟରେ ଗ୍ରାମାଞ୍ଚଳ ସମେତ ସହରାଞ୍ଚଳ ଗରିବ ଲୋକଙ୍କ ବିକାଶ ପାଇଁ ବିବିଧ ଯୋଜନା ପ୍ରଣୟନ ସହ ଏହାର ସଫଳ ରୂପାୟନ ହେବା ଦ୍ୱାରା ଦେଶର କୋଟି କୋଟି ଗରିବ ଲୋକ ଉପକୃତ ହୋଇପାରିଛନ୍ତି ବୋଲି ପ୍ରକାଶ କରିଥିଲେ।

ସହରାଞ୍ଚଳ ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବସୁଧା ଯୋଜନାରେ ଘରକୁ ପାଇପ ଜଳ ଯୋଗାଣ, ଜାତୀୟ ଖାଦ୍ୟ ଯୋଜନା ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଚାଉଳ ଓ ଗହମ ଯୋଗାଣ, ସୌଭାଗ୍ୟ ଯୋଜନାରେ ଘରକୁ ମାଗଣା ବିଦ୍ୟୁତ ସଂଯୋଗ, ସ୍ୱଚ୍ଛଭାରତ ଯୋଜନାରେ ଘରକୁ ପ୍ରତି ପରିବାରକୁ ଶୌଚାଳୟ, ଉଜ୍ଜଳା ଯୋଜନାରେ ଗରିବ ଲୋକଙ୍କୁ ମାଗଣା ଗ୍ୟାସ ସଂଯୋଗ, ଜନଧନ ଯୋଜନାରେ ବ୍ୟାଙ୍କ ଖାତା ଖୋଲିବା, ମୁଦ୍ରା ଯୋଜନାରେ ଗରିବ ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ବ୍ୟାଙ୍କ ଜରିଆରେ ଋଣ ଯୋଗାଇ ଦେବା, ପିଏମ କିଶାନ ନିଧି ଯୋଜନାରେ କୃଷକଙ୍କୁ ବାର୍ଷିକ ୬୦୦୦ଟଙ୍କା ପ୍ରଦାନ ଆଦି ବହୁ ଜନ କଲ୍ୟାଣକାରୀ ଯୋଜନାର ସୁଫଳ ଗରିବ ଜନସାଧାରଣ ପାଇପାରୁଛନ୍ତି ବୋଲି ଶ୍ରୀ ସାହୁ କହିଥିଲେ। ବରିଷ୍ଠ ନେତା ଶ୍ରୀ ବ୍ରଜେନ୍ଦ୍ର ରାୟ, ନଦୀ ସୁରକ୍ଷା ସମିତି ରାଜ୍ୟ ଉପସଭାପତି ହୃଷିକେଶ ଜେନା, ଦୁର୍ଯ୍ୟୋଧନ ଜେନା, ସଂଯୋଜକ ଶୁଭ୍ରାଂଶୁ ମୋହନ ପାଢି, ଶଙ୍କର୍ଷଣ ମହାନ୍ତି ପ୍ରମୁଖ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଉଦ୍‍ବୋଧନ ଦେଇଥିଲେ। ବିଜେପି ନେତା ହେମନ୍ତ କୁମାର ମହାନ୍ତି, ବିଚିତ୍ରାନନ୍ଦ ଜେନା, ନୂତନ କୁମାର ରାଉତ, ସୋମନାଥ ବେହେରା, ସନ୍ତୋଷ କୁମାର ରାଉତ, ମିଥୁନ ମଲ୍ଲିକ, ପ୍ରକାଶ କୁମାର ସେଠୀ, ଜଗଦାନନ୍ଦ ତ୍ରିପାଠୀ, ସସ୍ମିତା ସାହୁ, ଦିଲ୍ଲିପ କୁମାର ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories