www.samajalive.in
Monday, December 15, 2025
17.1 C
Bhubaneswar

ସିଡିଏରେ ୭୧ଗ୍ରାମ ମିଶ୍ରଣ ବିରୋଧରେ ବିଜେପିର ସ୍ମାରକପତ୍ର

ଆଠଗଡ: ଆଠଗଡ ବ୍ଲକର ୭୧ଟି ରାଜସ୍ୱ ଗ୍ରାମ ସିଡିଏରେ ମିଶ୍ରଣ ପ୍ରସ୍ତାବକୁ ଆଠଗଡ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିରୋଧ କରାଯାଇ ଏ ସଂପର୍କୀତ ଏକ ସ୍ମାରକପତ୍ର ଶନିବାର ଭୁବନେଶ୍ୱରଠାରେ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ବରିଷ୍ଠ ବିଜେପି ନେତା ବ୍ରଜେନ୍ଦ୍ର କୁମାର ରାୟ, ରାମନାରାୟଣ ମହାନ୍ତି, ବିକ୍ରମ କେଶରୀ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଖାରବେଳ ନଗରସ୍ଥିତ ଖାରବେଳ ନଗରସ୍ଥିତ ଲୋକସେବା ଭବନରେ ନଗର ଉନ୍ନୟନ ବିଭାଗ ସଚିବଙ୍କୁ ଭେଟି ଏହି ସ୍ମାରକପତ୍ର ଦେବା ସହିତ ସିଡିଏରେ ଆଠଗଡର ୭୧ଗ୍ରାମ ମିଶ୍ରଣ ପ୍ରସ୍ତାବକୁ ପ୍ରତ୍ୟାହାର କରିବା ଲାଗି ଦାବି ଜଣାଇଥିଲେ। ଆଠଗଡର ଯେଉଁ ୭୧ଟି ଗ୍ରାମକୁ ସିଡିଏ ଅଞ୍ଚଳରେ ଅନ୍ତର୍ଭୁକ୍ତ କରିବା ପାଇଁ ବିଜ୍ଞପ୍ତି ଜାରି କରାଯାଇଛି ତାହା ଭ୍ରମାତ୍ମକ ଓ ଚଞ୍ଚକତାପୂର୍ଣ୍ଣ ବୋଲି ବିଜେପି ନେତା ଅଭିଯୋଗ କରିଛନ୍ତି। କାରଣ ୭୧ ଗ୍ରାମ ମଧ୍ୟରୁ ଅଧିକାଂଶ ଗ୍ରାମ ଆଠଗଡ, ଖୁଣ୍ଟୁଣୀ ଓ ଗୁରୁଡିଝାଟିଆ ଥାନା ଅଧିନରେ ରହିଥିବା ବେଳେ ଉକ୍ତ ବିଜ୍ଞପ୍ତିରେ ସମସ୍ତ ୭୧ଗ୍ରାମ ଚୌଦ୍ୱାର ଥାନା ଅଧିନରେ ରହିଛି ବୋଲି ପ୍ରକାଶ କରାଯାଇଛି। ଯାହାକି ତ୍ରୁଟିପୂର୍ଣ୍ଣ ବୋଲି ସେମାନେ ବିଭାଗୀୟ ସଚିବଙ୍କୁ ଜଣାଇଥିଲେ। ଆଠଗଡ ଅଞ୍ଚଳର ବିକାଶ ପାଇଁ ସିଡିଏ ନୁହେଁ ବରଂ ଆଠଗଡ ପାଇଁ ସ୍ୱତନ୍ତ୍ର ଉନ୍ନୟନ କର୍ତ୍ତୃପକ୍ଷ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯାଉ ବୋଲି ସେମାନେ ଦାବି କରିଥିଲେ। ସିଡିଏରେ ଆଠଗଡ ଅଞ୍ଚଳର ୭୧ ଗ୍ରାମ ମିଶ୍ରଣ ଦ୍ୱାରା ଆଠଗଡକୁ ଶ୍ରୀହୀନ କରିବା ପଛରେ ହୀନ ଚକ୍ରାନ୍ତ ଓ ଷଡଯନ୍ତ୍ର ରହିଥିବା ସେମାନେ ଅଭିଯୋଗ କରିଛନ୍ତି।

ଏଥିପାଇଁ ଆଠଗଡରେ ସବୁ ମହଲରେ ବିରୋଧର ସ୍ୱର ଉଠିଥିବାବେଳେ ବିଜେପି ନେତାମାନେ ୩୪ଟି ପଞ୍ଚାୟତର ଜନସାଧାରଣ ଏହା ବିରୋଧରେ ଦେଇଥିବା ସ୍ମାରକପତ୍ର ମଧ୍ୟ ସଚିବଙ୍କୁ ପ୍ରଦାନ କରାଯାଇଥିଲା। ଏହି ପ୍ରତିନିଧି ଦଳରେ ବିଜେପି ନେତା ହେମନ୍ତ କୁମାର ମହାନ୍ତି, ରମାକାନ୍ତ ସେନାପତି, ବିଚିତ୍ରାନନ୍ଦ ଜେନା, ଉମେଶ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories