ଆଠଗଡ: ଆଠଗଡ ବ୍ଲକର ୪ଟି କେନ୍ଦ୍ରରେ ମୋଟ ୩୮୬ଜଣ ପିଲା ଶନିବାର ଅନୁଷ୍ଠିତ ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଦେଇଥିବା ଜଣାପଡିଛି। ଏହି ପରୀକ୍ଷା ଦେବା ପାଇଁ ମୋଟ ୪୬୫ଜଣ ବିଦ୍ୟାର୍ଥୀ ନାମ ପଞ୍ଜିକୃତ କରିଥିବାବେଳେ ୭୯ଜଣ ଅନୁପସ୍ଥିତ ରହିବାରୁ ୩୮୬ଜଣ ପରୀକ୍ଷା ଦେଇଥିଲେ ବୋଲି ମଣ୍ଡଳ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲ କହିଛନ୍ତି। ବିଶ୍ୱନାଥ ବିଦ୍ୟାପୀଠରେ ୧୧୩ଜଣ, ସରକାରୀ ବାଳିକା ହାଇସ୍କୁଲ କେନ୍ଦ୍ରରେ ୯୬, କନ୍ତୋଲସ୍ଥିତ ଅଚ୍ୟୁତାନନ୍ଦ ବିଦ୍ୟାପୀଠରେ ୮୦ ଓ ଖୁଣ୍ଟୁଣୀସ୍ଥିତ ରାଧାନାଥ ନୋଡାଲ ବିଦ୍ୟାପୀଠରେ ୯୭ଜଣ ବିଦ୍ୟାର୍ଥୀ ନବୋଦୟ ପ୍ରବେଶିକା ପରୀକ୍ଷା ଦେଇଥିବା ଜଣାପଡିଛି। ମଣ୍ଡଳ ଶିକ୍ଷାଧିକାରୀ ସମସ୍ତ କେନ୍ଦ୍ର ପରିଦର୍ଶନ କରି ପରୀକ୍ଷା ପରିଚାଳନା ଅନୁଧ୍ୟାନ କରିଥିଲେ।
Popular Categories



