www.samajalive.in
Sunday, December 14, 2025
26.1 C
Bhubaneswar

ସୁରକ୍ଷା ମଞ୍ଚର ୧୨ଘଣ୍ଟିଆ ଆଠଗଡ ବନ୍ଦ ସଫଳ

ଆଠଗଡ: ଆଠଗଡ ଅଞ୍ଚଳର ୭୧ଟି ଗ୍ରାମ ସିଡିଏରେ ମିଶ୍ରଣ ପ୍ରସ୍ତାବକୁ ବିରୋଧ କରି ଆଠଗଡ ସୁରକ୍ଷା ମଞ୍ଚ ପକ୍ଷରୁ ୧୨ଘଣ୍ଟିଆ ବନ୍ଦକୁ ସ୍ୱତସ୍ପୃତ ଜନ ସମର୍ଥନ ମିଳିବାରୁ ଏହା ଅଭୂତପୂର୍ବ ଭାବେ ସଫଳ ହୋଇଛି। ଗୁରୁବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିବାବେଳେ ସବୁ ମୁଖ୍ୟ ବଜାର ଓ ସାହି ବସ୍ତିରେ ଥିବା ଦୋକାନ ବଜାର ସଂପୂର୍ଣ୍ଣ ବନ୍ଦ ରହିଥିବାବେଳେ ଯାତ୍ରୀବାହୀ ବସ ଓ ଅନ୍ୟାନ୍ୟ ଯାନବାହାନ ଚଳାଚଳ ମଧ୍ୟ ବନ୍ଦ ହୋଇଯାଇଥିଲା। ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଆଦି ସମ୍ମୁଖରେ ବନ୍ଦ ସମର୍ଥକମାନେ ପିକେଟିଂ କରିବା ଫଳରେ ସେଗୁଡିକ ବନ୍ଦ ହୋଇଯାଇଥିଲା। ତେବେ ସରକାରୀ କାର୍ଯ୍ୟାଳୟ ସବୁ ଖୋଲା ରହିଥିଲେ ମଧ୍ୟ କର୍ମଚାରୀ ଓ ସାଧାରଣ ଲୋକଙ୍କ ଉପସ୍ଥାନ ନଗଣ୍ୟ ରହିଥିଲା। ଆଠଗଡ ସୁରକ୍ଷା ମଞ୍ଚର ସଭାପତି ଆଇନଜୀବୀ ଫଣିଭୂଷଣ ରଥ, ସଂପାଦକ ଜଗଦାନନ୍ଦ ତ୍ରିପାଠୀ, ଉପଦେଷ୍ଟା ଡଃ ନାରାୟଣ ପଣ୍ଡା, ଶକର୍ଷଣ ମହାନ୍ତି, ଲଲାଟେନ୍ଦୁ ସେନାପତି, ଇଲା ପଣ୍ଡା, ପ୍ରକାଶ ସେଠୀଙ୍କ ସମେତ ବହୁ ସଦସ୍ୟ ଚାନ୍ଦବାଲିଛକ ସମେତ ଅନ୍ୟକେତେକ ବେସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ ସମ୍ମୁଖରେ ପିକେଟିଂ କରିଥିଲେ।

ସିଡିଏରେ ଆଠଗଡ ଅଞ୍ଚଳର ୭୧ଟି ଗ୍ରାମ ମିଶ୍ରଣକୁ ନେଇ ଆଠଗଡର ବହୁ ସଂଗଠନ ଓ ରାଜନୈତିକ ଦଳ ବିରୋଧ କରିଛନ୍ତି। ସେମାନଙ୍କର ଏବଂ ଏପରିକି ସାଧାରଣ ଲୋକଙ୍କର ବିରୋଧାଭାଷ ଏହି ବନ୍ଦ ସମୟରେ ଦେଖିବାକୁ ମିଳିଥିଲା। ଶାସକ ବିଜେଡି ଦଳ ସମର୍ଥିତ ନବ ନିର୍ବାଚିତ ୩୪ଟି ପଞ୍ଚାୟତର ପ୍ରତିନିଧି ଏହାକୁ ବିରୋଧ କରି ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ପୃଥକ ଭାବେ ୩୪ଟି ସ୍ମାରକପତ୍ର ଗତକାଲି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀଙ୍କ ଉପସ୍ଥିତିରେ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ସିଡିଏରେ ଏହି ୭୧ଟି ଗ୍ରାମ କେଉଁ ଉଦ୍ଦେଶ୍ୟରେ ମିଶ୍ରଣ କରାଯାଉଛି ତାର କୌଣସି ସଠିକ୍‍ ଉତ୍ତର ବା ସ୍ପଷ୍ଟିକରଣ ମିଳୁନଥିବାରୁ ଲୋକଙ୍କ ମଧ୍ୟରେ ଏହାକୁ ନେଇ ଦ୍ୱନ୍ଦ ଉପୁଜୁଛି। ଏହି ମିଶ୍ରଣ ପ୍ରକିୟାକୁ ପ୍ରତ୍ୟାହାର କରିବା ପାଇଁ ସବୁ ମହଲରେ ଦାବି ହେଉଛି। ଆଠଗଡ ବନ୍ଦ ପରୀପ୍ରେକ୍ଷୀରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଆଠଗଡ ଉପଖଣ୍ଡ ପୁଲିସ ଅଧିକାରୀ ବିଜୟ କୁମାର ବିସିଙ୍କ ନେତୃତ୍ୱରେ ଆଠଗଡ ଆଇଆଇସି ବାମଦେବ ସ୍ୱାଇଁଙ୍କ ସମେତ ତିଗିରିଆ, କାନପୁର ଆଇଆଇସି ଏବଂ ୧୫ଅଧିକାରୀ ଓ ୪ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲେ। ତେବେ ବନ୍ଦ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତ ସୃଷ୍ଟି ହୋଇନଥିବା ବରଂ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିଲା।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories