www.samajalive.in
Sunday, December 14, 2025
19.1 C
Bhubaneswar

‘ମଧୁବାବୁ ଓଡ଼ିଆ ସ୍ୱାଭିମାନ ଓ ଆତ୍ମପରିଚିତିର କୀର୍ତ୍ତିମାନ ପୌରୁଷ’

ଭୁବନେଶ୍ୱର: ଉତ୍କଳଗୌରବ ମଧୁସୂଦନଙ୍କ ବ୍ୟକ୍ତିତ୍ୱର ପଟାନ୍ତର ନାହିଁ। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇଥିବା ମଧୁବାବୁ ଓଡ଼ିଶାର ରାଜନୈତିକ, ସାଂସ୍କୃତିକ ଓ ସାମାଜିକ ପରିଚୟ ପ୍ରତିଷ୍ଠାରେ ଅତୁଳନୀୟ ଅବଦାନ ରଖିଥିଲେ। ଓଡ଼ିଆ ଜାତି ଚିରଦନି ତାଙ୍କ ପାଖରେ କୃତଜ୍ଞ ରହିବ ବୋଲି ବକ୍ତମାନେ କହିଛନ୍ତି। ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଜୟଦେବ ଭବନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜ୍ଞାନ ଓ କରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଲେ ଯେ ନାରୀଶିକ୍ଷା ଓ ନାରୀ ଜାଗରଣ: ଓଡ଼ିଶାର ହସ୍ତଶିଳ୍ପ ଓ ସ୍ୱଦେଶୀ କାରିଗରୀ ଜରିଆରେ ଅର୍ଥନୀତିର ଉନ୍ନତି ଏବଂ ଓଡ଼ିଆ ସ୍ୱାଭିମାନର ପ୍ରତିଷ୍ଠା ପାଇଁ ମଧୁବାବୁଙ୍କ ଅବଦାନ ଅବିସ୍ମରଣୀୟ ।
ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ମଧୁବାବୁ ଓଡ଼ିଆ ସ୍ୱାଭିମାନ ଓ ଆତ୍ମ ପରିଚିତିର କୀର୍ତ୍ତିମାନ ପୁରୁଷ ବୋଲି ପ୍ରକାଶ କରିଥିଲେ। ମଧୁବାବୁଙ୍କ ବ୍ୟକ୍ତିତ୍ୱ ଆହୁରି ଅନେକ ପିଢ଼ିଙ୍କୁ ପ୍ରେରଣାର ଆଲୋକ ପ୍ରଦାନ କରୁଥିବ ବୋଲି କହିଥିଲେ। ‘ଓଡ଼ିଶା ରିଭ୍ୟୁ’ ଓ ‘ଉତ୍କଳ ପ୍ରସଙ୍ଗ’ର ସଂପାଦକ ଡ. ଲେନିନ୍‌ ମହାନ୍ତି ଓ ଚୌଦ୍ୱାର- କଟକ ବିଧାୟକ ସୌଭିକ ବିଶ୍ୱାଳ ବକ୍ତବ୍ୟ ରଖି ଉତ୍କଳଗୌରବ ମଧୁସୂଦନଙ୍କ ଜୀବନୀ ଓ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ଉପରେ ଆଲୋପାତ କରିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ କଥାକାର ତଥା ଓଡ଼ିଆ ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ର ଅଧିକାରୀ ବିଜୟ ନାୟକ କହିଥିଲେ ଯେ ଉତ୍କଳଗୌରବ ମଧୁସୂଦନ କର୍ମପ୍ରବଣତା ଓ ସୃଜନଶୀଳତା ଜରିଆରେ ସ୍ଥାନୀୟ ଆକାଂକ୍ଷାଗୁଡ଼ିକୁ ସାମଗ୍ରିକ ରୂପ ଦେଇ ସ୍ୱତନ୍ତ୍ର ଓଡ଼ିଶା ଗଠନର ଆନ୍ଦୋଳନକୁ ସଶକ୍ତ କରିଥିଲେ। ସେ ଥିଲେ ସ୍ୱପ୍ନଦ୍ରଷ୍ଟା ଓ ଏକାଧିକ ଅଭିନବ ଉନ୍ମେଷର ଜନକ ବୋଲି ଶ୍ରୀ ନାୟକ କହିଥିଲେ।
ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ସ୍ୱାଗତ ଭାଷଣ ଦେଇ ଏକ ସ୍ୱତନ୍ତ୍ର, ସ୍ୱାବଲମ୍ବୀ ଏବଂ ସମୃଦ୍ଧ ଓଡ଼ିଶା ଗଠନ ନିମନ୍ତେ ମଧୁବାବୁଙ୍କ ବ୍ୟକ୍ତିତ୍ୱ ତ୍ୟାଗ, ବୁଦ୍ଧିମତ୍ତା ଓ ସାଧୁତା ଉପରେ ପର୍ଯ୍ୟବସିତ ଥିଲା ବୋଲି ଉଲ୍ଲେଖ କରିଥିଲେ। ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ଓ ଉତ୍କଳ ଗୌରବଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରାଯିବା ପରେ ପ୍ରାରମ୍ଭିକ ସଂଗୀତ ‘ତୁମ ପରି ଛୋଟ ପିଲାଟିଏ’ ପରିବେଷଣ କରାଯାଇଥିଲା।
ସୂଚନା ଅଧିକାରୀ ପ୍ରମିଳା ମାଝୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ରନାଥ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ କଣ୍ଠଶିଳ୍ପୀ ଅନିନ୍ଦିତା ଦାସ ଏବଂ ସହଯୋଗୀମାନଙ୍କ ଦ୍ୱାରା ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories