www.samajalive.in
Sunday, December 14, 2025
15.1 C
Bhubaneswar

ଏକ ପାଖିଆ ପ୍ରେମ: ଯୁବତୀଙ୍କୁ ଅପହରଣ, ୩ ଗିରଫ

କଲମପୁର: ଏକ ପାଖିଆ ପ୍ରେମ। ବାରମ୍ବାର ପ୍ରେମ ନିବେଦନ କରି ବିଫଳ ହେବା ପରେ ଜଣେ ଯୁବକ ତାର ଅନ୍ୟ ତିନି ବନ୍ଧୁଙ୍କ ସହାୟତାରେ ବିବାହ ଉଦ୍ଦେଶ୍ୟ ରଖି ଜନୈକା ଯୁବତୀଙ୍କୁ ଅପହରଣ କରି ନେବା ଓ ପରବର୍ତି ସମୟରେ ପୁଲିସ ଦ୍ୱାରା ଗିରଫ ହେଇ କୋର୍ଟ ଲାଣ ହେବାଭଳି ଅଭାବନୀୟ ଘଟଣା ଥୁଆମୁଳ ରାମପୁର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।
ସୁଚନା ଅନୁସାରେ ଥୁଆମୁଳ ଭଟ୍ଟାଗୁଡାର ଜନୈକ ୨୧ ବର୍ଷିୟ ଯୁବତୀଙ୍କୁ ନିକଟସ୍ଥ ଗୁଣପୁର ପଞ୍ଚାୟତ ଅଧିନସ୍ଥ ଉଷାମସ୍କା ଗାଁର ଅର୍ଜୁନ ମାଝୀଙ୍କ ୨୧ ବର୍ଷିୟ ପୁଅ ସିଙ୍ଗ ମାଝୀ ପ୍ରେମ କରୁଥିଲା। ଏହି ପ୍ରେମ କିନ୍ତୁ ଏକ ପାଖିଆ ଥିଲା। ପ୍ରେମ ନିବେଦନ କରିଥିଲେ ମଧ୍ୟ ଯୁବତୀ ଜଣକ ସିଙ୍ଗକୁ ବିବାହ କରିବା ନେଇ ରାଜି ନଥିଲା। କିନ୍ତୁ ଯେକୌଣସି ମତେ ଉକ୍ତ ଯୁବତୀକୁ ହାସଲ କରିବା ଉଦ୍ଦେଶ୍ୟରେ ସିଙ୍ଗ ନିଜର ୩ ବନ୍ଧୁ ସାଇ ସୁରନୀ ଗ୍ରାମର ଦୁଷ୍ଣନ୍ତ ନାଏକ, ରଣପୁର ଗ୍ରାମର ଭୋଳା ନାଥ ନାଏକ ଓ କାଠଘରା ଗ୍ରାମର ଗଣେଶ ନାଏକଙ୍କ ସହଯୋଗରେ ଗତ ୨୦ ତାରିଖ ଦିନ ଯୁବତୀଙ୍କୁ ଭଟ୍ଟାଗୁଡାରୁ ଅପହରଣ କରି ନେଇଥିଲେ। କାଠଘରା ଏବଂ ପରବର୍ତ୍ତି ସମୟରେ ଭବାନିପାଟଣା ଓ ଲାଞ୍ଜିଗଡ ଠାରେ ନେଇ ରଖିଥିଲେ।

 

- Advertisement -

ଶେଷରେ ପୁଣି ସାଇ ସୁରନୀ ଠାରେ ରଖି ବିବାହ ପାଇଁ ପ୍ରସ୍ତୁତ ହେଉଥିବାବେଳେ ଯୁବତୀ ଜଣକ କୌଣସି ଏକ ଫୋନରୁ ନିଜ ପରିବାର ସହ ଯୋଗାଯୋଗ କରିଥିଲା। ଏହାପରେ ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଥିଲେ। ଏହାପରେ ଅପହରଣ ନେଇ ଥୁଆମୁଳ ରାମପୁର ପୁଲିସ ଥାନାରେ ଅଭିଯୋଗ କରିବା ପରେ ଥାନା କେସନଂ ୯୨ରେ ମାମଲା ରୁଜୁ କରି ସଂଘବଦ୍ଧ ଭାବେ ଅପହରଣ କରିଥିବା ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ସିଙ୍ଗ ମାଝୀଙ୍କ ସମେତ ଦୁଷ୍ଣନ୍ତ ଓ ଭୋଳାନାଥକୁ ପୁଲିସ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛନ୍ତି। ଅନ୍ୟପଟେ ଅନ୍ୟତମ ସହଯୋଗୀ ଗଣେଶ ଏଯାଏଁ ଫେରାର ଥିବା ପୁଲିସ ସୁତ୍ରରୁ ସୁଚନା ମିଳିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories