ପାଟଣା: ରାଜ୍ୟ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀଙ୍କର ମୁଖ୍ୟ ସଚିବ ଓ ପରାମର୍ଶ ଦାତା ଆର.ବାଲକୃଷ୍ଣ ମୁଖ୍ୟ ଅତିଥିଭାବେ ଭାବେ ଯୋଗ ଦେଇ ଚିତ୍ରକଳାର କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର, ଉପଢୌକନ ସହ ପଚିଶ ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ପୁରୁମୁଣ୍ଡା ଗ୍ରାମର ଗୋରେଖ ଚନ୍ଦ୍ର ନାୟକଙ୍କୁ ସମ୍ମାନିତ କରିଛନ୍ତି। ଏଥିସହିତ ସୁନ୍ଦରଗଡ଼ ଜିଲ୍ଲାର ସୁଶ୍ରୀ ଲିପ୍ସାରାଣୀ ସାମଦ ଙ୍କୁ ମଧ୍ୟ ଏହି ଚିତ୍ରକଳା ପ୍ରତିଭା ପୁରସ୍କାର ପ୍ରଦାନ କରାଯାଇଥିଲା।
ରାଜ୍ୟ ଆଦିବାସୀ ଚିତ୍ରକଳା ପ୍ରତିଯୋଗିତାରେ କେନ୍ଦୁଝର ଜିଲ୍ଲାରୁ ଗୋରେଖ ଚନ୍ଦ୍ର ନାୟକ ପୁରସ୍କୃତ
Popular Categories



