ଆଇନ ସେବା ସମିତି ପକ୍ଷରୁ ମହିଳା ଦିବସ ପାଳିତ

ଆଠଗଡ: ନାରୀଙ୍କୁ ଅବଳା ଓ ଦୁର୍ବଳା ଭାବିବା ଉଚିତ୍‍ ନୁହେଁ। କାରଣ ସେମାନେ ପୁରୁଷଙ୍କ ସହ ସବୁକ୍ଷେତ୍ରରେ ସମକକ୍ଷ ହୋଇଛନ୍ତି ଏବଂ ସେମାନଙ୍କର ସବୁଥିରେ ସମାନ ଅଧିକାର ରହିଛି ବୋଲି ଆଠଗଡ ତାଲୁକ ଆଇନସେବା ସମିତି ପକ୍ଷରୁ ଆୟୋଜିତ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‍ ପ୍ରଦୀପ୍ତ କୁମାର ସାହୁ ମତବ୍ୟକ୍ତ କରିଥିଲେ। ସ୍ଥାନୀୟ ପ୍ରାଥମିକ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସରରେ ମଙ୍ଗଳବାର ପୂର୍ବାହ୍ନରେ ଆୟୋଜିତ ଆନ୍ତର୍ଜାତୀୟ ମହିଳା ଦିବସରେ ଅଧ୍ୟକ୍ଷତା କରି ଏଡିଜେ ଶ୍ରୀ ସାହୁ ମହିଳାଙ୍କ ସୁରକ୍ଷା ଓ ଅଧିକାର ପାଇଁ ସମ୍ବିଧାନରେ ଥିବା ଆଇନ ବ୍ୟବସ୍ଥା ଏବଂ ସେମାନଙ୍କର ସାମାଜିକ ସୁରକ୍ଷା ପାଇଁ ଆଇନରେ ଥିବା ପ୍ରାବଧାନ ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ।

prayash

ଆଇନସେବା ସମିତିର ଆଇନଜୀବୀ ସୁବାସ ଚନ୍ଦ୍ର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଚେତନତା ସଭାରେ ଏସଡିଜେଏମ ଏସ କୁନମୁନ ଆଚାରୀ ଓ ଜେଏମଏଫସି ପୂଜା ଜୈନ ସମ୍ମାନିତ ବକ୍ତାଭାବେ ଯୋଗଦେଇ ନାରୀ ବିନା ଏହି ସୃଷ୍ଟିର ସଂରଚନା ଅସମ୍ଭବ ବୋଲି କହିବା ସହ ନାରୀ ଶକ୍ତିକୁ କେବେବି ନ୍ୟୁନ ମନେକରିବା ଉଚିତ ନୁହେଁ ବୋଲି ମତବ୍ୟକ୍ତ କରିଥିଲେ। ନାରୀମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ଓ ପାରିବାରିକ ହିଂସାରୁ ସୁରକ୍ଷା ପାଇଁ ଆଇନର ବିଭିନ୍ନ ଦିଗ ସଂପର୍କରେ ସେମାନେ ଅବତାରଣା କରିଥିଲେ। ଏଥିରେ ପ୍ରାଥମିକ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଭାରପ୍ରାପ୍ତ ଅଧ୍ୟକ୍ଷ କାଳନ୍ଦି ଚରଣ ସାହୁ ଯୋଗଦେଇ ଉଦ୍‍ବୋଧନ ଦେଇଥିଲେ। ଓକିଲ ସଂଘ ସଭାପତି ସତ୍ୟେନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରତିଷ୍ଠାନର ଶିକ୍ଷକ ଶୁଭାଷିଶ ଥମ୍ବ, ଆଇନସେବା ସମିତିର ସହାୟିକା ରାଜଶ୍ରୀ ମହଲା ଓ କର୍ମଚାରୀ ବିଣାପାଣୀ ଦାସ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

kalyan agarbati

Comments are closed.