କୁକୁର ମୁହଁରୁ ଉଦ୍ଧାର ହେଲା ହରିଣ

ଆଠଗଡ: ଆଠଗଡ ବନାଞ୍ଚଳ ଅନ୍ତର୍ଗତ ଆଙ୍କୁଲା ଗୋଡସାହିରେ ମଙ୍ଗଳବାର ସକାଳେ କୁକୁର ଆକ୍ରମଣ କରୁଥିବା ଏକ ହରିଣକୁ ଗ୍ରାମର ଯୁବକମାନେ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିବା ଜଣାପଡିଛି। ଘଟଣାର ବିବରଣୀରୁ ପ୍ରକାଶ ୨ଟି ହରିଣ ଗୋଡିସାହିକୁ ଚାଲିଆସିଥିବାବେଳେ ସେହି ଦୁଇଟି ହରିଣଙ୍କୁ ବୁଲାକୁକୁର ଗୋଡାଇଥିଲେ। ସେହି ସମୟରେ ଗୋଟିଏ ହରିଣ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଯୋଗୀନାଥ ରାଉତଙ୍କ ବାଡିରେ ପଶିଯିଯାଇଥିଲା ଏବଂ ଅନ୍ୟଟି ଦୌଡ଼ି ପଳାଇବାରେ ସକ୍ଷମ ହୋଇଥିଲା। ଯୋଗୀନାଥ ରାଉତଙ୍କ ବାଡିରେ ପଶିଯିଯାଇବା ହରିଣକୁ କୁକୁର ଆକ୍ରମଣ କରିଥିଲେ। ସେହି ସମୟରେ ଗ୍ରାମର ଯୁବକମାନେ କୁକୁର ମୁଁହରୁ ହରିଣଟିକୁ ତୁରନ୍ତ ଉଦ୍ଧାର କରିଥିଲେ। ସେମାନଙ୍କଠାରୁ ଖବର ପାଇ ବନକର୍ମଚାରୀ ଘଟଣାସ୍ଥଳକୁ ଯାଇ ହରିଣଟିକୁ ଉଦ୍ଧାର କରି ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସା କରାଇବା ପରେ ବନାଞ୍ଚଳ କାର୍ଯ୍ୟାଳୟରେ ରଖିଛନ୍ତି। ଅନ୍ୟ ହରିଣଟି ସେଠାରୁ ଦୌଡି ପଳାଇବାରୁ କୁକୁରଙ୍କ ଆକ୍ରମଣରୁ ବର୍ତ୍ତି ଯାଇଥିଲା। ଆହତ ହରିଣଟି ସୁସ୍ଥ ହେବା ପରେ ତାକୁ ସଂରକ୍ଷିତ ଜଙ୍ଗଲରେ ଛଡାଯିବ ବୋଲି ରେଞ୍ଜର ଗଜେନ୍ଦ୍ର ପାଲ ସିଂହ ମାଥୁର କହିଛନ୍ତି।

kalyan agarbati

Comments are closed.