ଆଠଗଡ଼: ଘଣ୍ଟାଏ ଭିତରେ ଧବଳେଶ୍ବର ମନ୍ଦିର ଖୋଲିବାକୁ ଉପଜିଲାପାଳଙ୍କ ନିର୍ଦେଶ ଦେଇଛନ୍ତି। ଆଜି ଧବଳେଶ୍ବର ମନ୍ଦିର ଘଣ୍ଟାଏ ଭିତରେ ଖୋଲିବାକୁ ନିର୍ଦେଶ ଦେବା ସହ ଆଠଗଡ଼ ଜିଲାପାଳ ନୋଟିସ ଲଗାଇଛନ୍ତି। ଦ୍ବାର ନ ଖୋଲିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଉପଜିଲାପାଳ ଜାରି କରିଥିବା ନୋଟିସରେ ଉଲ୍ଲେଖ କରିଛନ୍ତି। ପୂଜା ନୀତି ବନ୍ଦ ଯୋଗୁଁ ଶ୍ରଦ୍ଧାଳୁ ସକାଳ ୧୦ରୁ ଦର୍ଶନ କରିପାରୁ ନାହାନ୍ତି। ତେଣୁ ତୁରନ୍ତ ଧବଳଶ୍ବେର ମନ୍ଦିର ଦ୍ବାର ଖୋଲିବା ସହିତ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରିବାକୁ ଉପଜିଲାପାଳ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ବ୍ୟାରିକେଡ ବ୍ୟବସ୍ଥାକୁ ବିରୋଧ କରି ଧାରଣାରେ ଧବଳେଶ୍ବର ମନ୍ଦିରର ପୂଜକ ଧାରଣାରେ ବସିଛନ୍ତି।
ଘଣ୍ଟାଏ ଭିତରେ ମନ୍ଦିର ଖୋଲ, ଦ୍ବାର ନ ଖୋଲିଲେ ହେବ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ-ଉପଜିଲାପାଳ
Popular Categories



