www.samajalive.in
Monday, December 15, 2025
17.1 C
Bhubaneswar

ଉଜ୍ଜ୍ୱଳା ଗ୍ୟାସର ଅହେତୁକ ଦର ବୃଦ୍ଧି, ମହିଳା ବିଜେଡିର ରଣହୁଙ୍କାର

ଗୁରୁଡିଝାଟିଆ : ସାଧାରଣ ଜନତାଙ୍କୁ ସ୍ୱପ୍ନ ଦେଖାଇଲେ। ଭଲଦିନ ଆସିବା ପାଇଁ ପ୍ରତିଶୃତି ଦେଲେ। ଉଜ୍ଜ୍ୱଳା ଗ୍ୟାସ ଭରି ଦେବା ନାମରେ ଲୋଭ ଦେଖାଇଲେ। ହେଲେ କେନ୍ଦ୍ରର ମୋଦୀ ସରକାର ସାଧାରଣ ଜନତାଙ୍କୁ ଶେଷରେ ଠକିଦେଲେ। ଉଜ୍ଜ୍ୱଳା ଗ୍ୟାସ ଧାରି ମାଆମାନେ ଅହେତୁକ ଦରବୃଦ୍ଧି ପାଇଁ ଏବେ ପୁଣି ଚୁଲିକୁ ଫେରିଛନ୍ତି ବୋଲି ରବିବାର  ଆଠଗଡ ମହିଳା ବିଜେଡି ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରାରେ ପ୍ରତିବାଦ କରାଯିବା ସହ କେନ୍ଦ୍ର ସରକାର ବିରୋଧରେ ନାରାବାଜି ଦିଆଯାଇଥିଲା। ଆଠଗଡ ମହିଳା ବିଜେଡିର ସଭାନେତ୍ରୀ ଶାନ୍ତିଲତା ବେହେରାଙ୍କ ନେତୃତ୍ୱରେ ୨ନଂ ଜୋନର ହଜାର ହଜାର ମହିଳା ଶୋଭାଯାତ୍ରାରେ ବାହାରି ଶ୍ରମିକ ମାରଣ, କୃଷକମାରଣ, ସାଧାରଣ ଜନତାଙ୍କ ପେଟକୁ ଲାତ ମାରୁଥିବା କେନ୍ଦ୍ର ସରକାର ହାଏ ହାଏ ଧ୍ୱନିରେ ସ୍ଲୋଗାନ ଦେଇଥିଲେ ।

ଏହି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ ମହିଳା ବିଜୁ ଜନତା ଦଳର ସଦସ୍ୟମାନେ କେନ୍ଦ୍ର ସରକାରଙ୍କ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି , ଉଜ୍ଜ୍ୱଳା ଗ୍ୟାସ ଦରବୃଦ୍ଧି, କୃଷକଙ୍କୁ ସବସିଡ୍ ଦେବାରେ ଅହେତୁକ ବିଳମ୍ବ ଓ ଶ୍ରମିକମାନଙ୍କୁ ଅବହେଳା କରିବା ବିରୋଧରେ କରିବା ସହ ଆଗାମୀ ୨୦୨୪ରେ ଓଡିଶାର ଜନତା ଏହାର ଦୃଢ ଜବାବ ଦେବେ ବୋଲି କହିଥିଲେ । କେନ୍ଦ୍ର ସରକାରଙ୍କ ଏହି ଅବହେଳା ବିରୋଧରେ ଆଠଗଡର ମହିଳାମାନେ ସମବେତ ହୋଇ ରାଜ୍ୟ ସାରା ଆନ୍ଦୋଳନ କରିବା ସହ ଦିଲ୍ଲୀରେ ମଧ୍ୟ ସମାବେଶ କରିବା ପାଇଁ ଚେତାଇ ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଜୋନ-୨ ଜିଲ୍ଲା ପରିଷଦ ସଦସ୍ୟା ମିନତୀ ଗାଗରାଇ, ବିଜୁ ଜନତା ଦଳ ରାଜ୍ୟ ସଂପାଦିକା ମିତାରାଣୀ ରାଉତ, ପ୍ରଣତି ନାୟକ, ପୂର୍ବତନ ସରପଞ୍ଚ ଲକ୍ଷ୍ମୀପ୍ରିୟା ବେହେରାଙ୍କ ସହିତ ଆଠଗଡ ମହିଳା ବିଜେଡିର ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories