www.samajalive.in
Sunday, December 14, 2025
26.1 C
Bhubaneswar

ପୁରାତନ ବିଦ୍ୟାର୍ଥୀଙ୍କ ପକ୍ଷରୁ ବନ ମହୋତ୍ସବ ପାଳିତ

ବିରିଡି : ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ବାଲିଆ ଗୋପିନାଥପୁରସ୍ଥ ରାଜ୍ୟର ଅନ୍ୟତମ ପୁରାତନ ଶିକ୍ଷାନୁଷ୍ଠାନ ଅଳକା ଉଚ୍ଚ ବିଦ୍ୟାଳୟ ପରିସରେ ପୁରାତନ ବିଦ୍ୟାର୍ଥୀମାନଙ୍କ ପକ୍ଷରୁ ରବିବାର ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ  ୧୯୭୯ ବ୍ୟାଚର ବିଦ୍ୟାର୍ଥୀମାନେ ସ୍କୁଲ ପରିସରରେ ବୃକ୍ଷ ଚାରା ରୋପଣ କରିବା ସହ ଶ୍ରମଦାନ କରି ସ୍କୁଲ ପରିସରକୁ ପରିଷ୍କାର ପରିଚ୍ଛନ୍ନ କରିଥିଲେ ।

ପ୍ରମୋଦ କୁମାର ହୋତାଙ୍କ ନେତୃତ୍ୱରେ ନନ୍ଦ କିଶୋର ହୋତା, ପ୍ରବୋଧ  ରାଉତ, ବିଜୟରାମ ପଣ୍ଡା, ଅଜୟ ଭୋଇ, ଗୋପାଳ ପଟ୍ଟନାୟକ, ବାବାଜି ଚରଣ ଭୋଇ, ଜଗନ୍ନାଥ ଭୋଇ ଓ  ଆୟୁବ ଶାହାଙ୍କ ସମେତ ବହୁ ପୁରାତନ ଛାତ୍ର ଏଥିରେ ଯୋଗ ଦେଇ ବିଭିନ୍ନ ପ୍ରକାର ଫୁଲ, ଆଳଙ୍କରିକ ଏବଂ ଔଷଧିୟ ବୃକ୍ଷ ଚାରା ରୋପଣ କରିଥିଲେ। ତେବେ ମୌସୁମୀ ବର୍ଷାର ଅଭାବ ଓ ବାୟୁ ମଣ୍ଡଳରେ ଅଧିକ ଆଦ୍ରତା ଯୋଗୁଁ  ପାରମ୍ପରିକ ଫଳ ଓ ଅନ୍ୟାନ୍ୟ ଚାରା ରୋପଣକୁ ସ୍ଥଗିତ ରଖାଯାଇଛି ।

- Advertisement -

ଅନ୍ୟପକ୍ଷରେ ବନ ବିଭାଗ ପକ୍ଷରୁ ସ୍କୁଲର ନୂତନ କୋଠାର ପଛପଟେ ବନ ମହୋତ୍ସବ ଉପଲକ୍ଷେ ଆସନ୍ତା ୭ ତାରିଖରେ ଚାରା ରୋପଣ କରାଯିବାକୁ ସ୍ଥିର ହୋଇଛି । ଏହା ପରେ ବିଦ୍ୟାର୍ଥୀମାନଙ୍କ ପକ୍ଷରୁ ଅନ୍ୟାନ୍ୟ ଚାରା ରୋପଣ ଅଭିଯାନକୁ ବ୍ୟାପକ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories