www.samajalive.in
Sunday, December 14, 2025
17.1 C
Bhubaneswar

ଶ୍ରୀଲଙ୍କାକୁ ବିଶ୍ବକପ୍‌ ଟିକଟ

ହରାରେ : ଅକ୍ଟୋବର-ନଭେମ୍ବରରେ ଭାରତରେ ହେବାକୁ ଥିବା ୨୦୨୩ ଦିନିକିଆ ବିଶ୍ବକପ୍‌ ଖେଳିବା ଲାଗି ଯୋଗ୍ୟତା ଅର୍ଜନ କରିଛି ପୂର୍ବତନ ଚମ୍ପିଆନ୍ ଶ୍ରୀଲଙ୍କା। ଏଠାରେ ଚାଲିଥିବା ଦିନିକିଆ ବିଶ୍ବକପ ଯୋଗ୍ୟତା ଟୁର୍ଣ୍ଣାମେଣ୍ଟର ସୁପର୍‌ ସିକ୍ସ ପର୍ଯ୍ୟାୟରେ କ୍ରମାଗତ ୨ ମ୍ୟାଚ୍‌ ଜିତିବା ପରେ ଶ୍ରୀଲଙ୍କା ଏହି କୃତିତ୍ବ ହାସଲ କରିଛି । ସ୍ପିନର ମାହିଶ୍ ତୀକ୍ଷଣଙ୍କ ଘାତକ ବୋଲିଂ ବଳରେ ରବିବାର ଜିମ୍ବାୱେକୁ ସହଜରେ ୯ ୱିକେଟରେ ଶ୍ରୀଲଙ୍କା ପରାସ୍ତ କରିିଛି। ଲିଗ୍‌ ପର୍ଯ୍ୟାୟରୁ ୪ ପଏଣ୍ଟ ଆଣିଥିବା ଶ୍ରୀଲଙ୍କା ଏହି ବିଜୟ ସହ ୮ ପଏଣ୍ଟ ପାଇ ଭାରତରେ ବିଶ୍ବକପ୍‌ ଖେଳିବା ନିଶ୍ଚିତ କରିଛି। ସ୍କଟ୍‌ଲାଣ୍ଡ ବିପକ୍ଷରେ ଜିମ୍ବାୱେ ଅନ୍ତିମ ସୁପର ସିକ୍ସ ମ୍ୟାଚ୍‌ ଜିତିଲେ ଏହା ମଧ୍ୟ ବିଶ୍ବକପ୍‌ ଖେଳିବାର ଟିକଟ ହାସଲ କରିବ। ସ୍କଟ୍‌ଲାଣ୍ଡ ଶେଷ ୨ଟି ମ୍ୟାଚ୍‌ ଜିତିଲେ ଏହା ବିଶ୍ବକପ୍‌ ​‌େ​‌ଯାଗ୍ୟତା ଅର୍ଜନ କରିବ। ରବିବାରର ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂକରି ଜିମ୍ବାୱେ ୩୨.୨ ଓଭରରେ ୧୬୫ ରନ୍‌କରି ଅଲ୍‌ଆଉଟ୍‌ ହୋଇ ଯାଇଥିଲା। ପରେ ପାଥୁମ୍ ନିଶଙ୍କାଙ୍କ ଅପରାଜିତ ଶତକ ବଳରେ ୩୩.୧ ଓଭରରେ ୧ ୱିକେଟ ହରାଇ ଶ୍ରୀଲଙ୍କା ଜିତିଥିଲା।
ଟସ୍ ଜିତି ଶ୍ରୀଲଙ୍କା ଫିଲ୍‌ଡିଂ କରିଥିଲା। ମାତ୍ର ୩୦ ରନ୍‌ରେ ଜିମ୍ବାୱେ ୩ଟି ୱିକେଟ ହରାଇଥିଲା। ଅଧିନାୟକ କ୍ରେଗ୍ ଅର୍ଭାଇନ୍ ୧୪ ରନ୍‌ କରିଥିଲେ। ପରେ ଫର୍ମରେ ଥିବା ୨ ବ୍ୟାଟ୍‌ସମ୍ୟାନ୍ ସନ୍‌ ୱିଲିୟମ୍‌ସ ଓ ସିକନ୍ଦର ରାଜା ୬୮ ରନ୍‌ ଯୋଡ଼ିଥିଲେ। ସିକନ୍ଦର ରାଜା ଗୋଟିଏ ଛକା ଓ ୩ଟି ଚୌକା ସହ ୩୧ ରନ୍‌ କରିଥିଲେ। ସନ୍‌ ୱିଲିୟମ୍‌ସ ୫୭ ବଲ୍‌ରୁ ଗୋଟିଏ ଛକା ଓ ୬ଟି ଚୌକା ସହ ସର୍ବାଧିକ ୫୬ ରନ୍‌ କରିଥିଲେ। ରିୟାନ୍ ବର୍ଲ ୧୬ ଓ ବ୍ରାଡ୍‌ ଇଭାନ୍‌ସ ୧୪ ରନ୍‌ କରିଥିଲେ। ୩୮ ରନ୍‌ରେ ଜିମ୍ବାୱେ ଶେଷ ୬ଟି ୱିକେଟ ହରାଇ ୧୬୫ ରନ୍‌ରେ ଅଲ୍‌ଆଉଟ୍‌ ହୋଇ ଯାଇଥିଲା। ମାହିଶ ତୀକ୍ଷ୍‌ଣ ୨୫ ରନ୍‌ଦେଇ ୪ଟି ୱିକେଟ ନେଇଥିଲେ। ଦିଲ୍‌ସାନ ମଦୁଶଙ୍କା ୩ଟି ଓ ମାଥିଶା ପାଥିରାନା ୨ଟି ୱିକେଟ ନେଇଛନ୍ତି। ୧୬୬ ରନ୍‌ର ଲକ୍ଷ୍ୟକୁ ଶ୍ରୀଲଙ୍କା ସହଜରେ ହାସଲ କରି ନେଇଥିଲା। ଓପ୍‌ନିଂ ଯୋଡ଼ି ୧୦୩ ରନ୍‌ କରିଥିଲା। ଦିମୁଥ୍‌ କରୁଣାରତ୍ନେ ୨ଟି ଚୌକା ସହ ୩୦ ରନ୍‌ କରିଥିଲେ। ପରେ ପାଥୁମ୍ ନିଶଙ୍କା ଓ କୁଶଳ ମେଣ୍ଡିସ୍‌ ଅବିଭାଜିତ ୨ୟ ୱିକେଟ ପାଇଁ ୬୬ ରନ୍‌ ଯୋଗକରି ଦଳକୁ ଜିତାଇଥିଲେ। ମେଣ୍ଡିସ୍‌ ୨ଟି ଚୌକା ସହ ୨୫ ରନ୍‌କରି ଅପରାଜିତ ଥିଲେ। ପାଥୁମ୍ ନିଶଙ୍କା ୧୦୨ ବଲ୍‌ରୁ ୧୪ଟି ଚୌକା ସହ ୧୦୧ ରନ୍‌କରି ଅପରାଜିତ ଥିଲେ। ମାହିଶ୍ ତୀକ୍ଷଣ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ। ଶ୍ରୀଲଙ୍କା ତା’ର ଶେଷ ସୁପର ସିକ୍ସ ମ୍ୟାଚ୍‌ ୱେ​‌ଷ୍ଟଇଣ୍ଡିଜ୍‌ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍‌ର ଫଳାଫଳ ଯାହା ହେଲେ ମଧ୍ୟ ଏହାର ପ୍ରଭାବ ଉଭୟ ଦଳଙ୍କ ଉପରେ ପଡ଼ିବନାହିଁ। କାରଣ ଶ୍ରୀଲଙ୍କା ବିଶ୍ବକପ୍‌ ଯୋଗ୍ୟତା ହାସଲ କରି ସାରିଥିବା ବେଳେ ୱେଷ୍ଟଇଣ୍ଡିଜ୍‌ ବିଶ୍ବକପ୍‌ ଦୌଡ଼ରୁ ବାଦ୍‌ପଡ଼ିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories