ଭାଗବତ ଟୁଙ୍ଗିକୁ ଆଠଗଡ ବିକାଶ ମଞ୍ଚର ଭାଗବତ ପୁସ୍ତକ ପ୍ରଦାନ
ଗୁରୁଡିଝାଟିଆ : ଗ୍ରାମାଞ୍ଚଳରେ ସନ୍ଧ୍ୟା ହେଲେ ଭାଗବତ ଟୁଙ୍ଗିରେ ଉଚ୍ଛୁଳି ପଡୁଥିଲା ଓଡିଆ ଭାଗବତର କାଳଜୟୀ ପଂକ୍ତି । ଯୁବ ସମାଜ ଏବେ ସେଥିରୁ ମୁହଁ ଫେରାଇ ଆଣିଛନ୍ତି । ସେମାନଙ୍କ ପାଇଁ ପାଶ୍ଚାତ ସଂସ୍କୃତିର ସଂଗୀତ ଗୁରୁତ୍ୱ ବହନ କରିଛି । ତେଣୁ ଗ୍ରାମାଞ୍ଚଳରେ ଭାଗବତ ପଠନର ଧାରାକୁ ଉଦଜିବୀତ ରଖିବା ପାଇଁ ଆଠଗଡ ବିକାଶ ମଞ୍ଚ ପକ୍ଷରୁ ପ୍ରୟାସ ଜାରି ରହିିଛି । ଶନିବାର ପୂର୍ବାହ୍ନରେ ମଞ୍ଚର ସଭାପତି ତଥା ସମାଜସେବୀ ମାନସ ବସ୍ତିଆ ଖୁଣ୍ଟୁଣୀ ପଞ୍ଚାୟତର ଝାଟିଆ ସାହିରେ ପହଞ୍ଚି ଗାଁର ମୁରବୀଙ୍କୁ ଭାଗବତ ପୁସ୍ତକ ପ୍ରଦାନ କରିଥିଲେ । ପୂର୍ବତନ ସମିତିସଭ୍ୟ ବିପିନ ବିହାରୀ ପ୍ରଧାନ ଓ ବିଚିତ୍ରାନନ୍ଦ ପ୍ରଧାନ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
Comments are closed.