www.samajalive.in
Tuesday, December 9, 2025
17.1 C
Bhubaneswar

ମନରେଗା ସାମାଜିକ ସମୀକ୍ଷାର ବ୍ଲକସ୍ତରୀୟ ଜନଶୁଣାଣୀ

ଆଠଗଡ: ଆଠଗଡ ପଞ୍ଚାୟତ ସମିତି ଆନୁକୁଲ୍ୟରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ରୋଜଗାର ଯୋଜନାର ହୋଇଥିବା ସାମାଜିକ ସମୀକ୍ଷା ସଂପର୍କରେ ବ୍ଲକସ୍ତରୀୟ ଜନଶୁଣାଣୀ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ୨୦୨୦ଓ ୨୧ ଆର୍ଥିକ ବର୍ଷରେ ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ ରୋଜଗାର ଯୋଜନାରେ ଆଠଗଡ ବ୍ଲକର ୩୪ଟି ପଞ୍ଚାୟତରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ପ୍ରକଳ୍ପ ଏବଂ ଶ୍ରମିକ ନିୟୋଜନ ସଂପର୍କରେ ବିସ୍ତୃତ ଭାବେ ପର୍ଯ୍ୟାଲୋଚନା କରାଯିବା ସହ ଆସନ୍ତା ଆର୍ଥିକ ବର୍ଷରେ ଅଧିକରୁ ଅଧିକ ପ୍ରକଳ୍ପ କାର୍ଯ୍ୟ ହାତକୁ ନେବା ଏବଂ ଅଧିକ ସଂଖ୍ୟାରେ ଶ୍ରମିକଙ୍କୁ କାମ ଯୋଗାଇବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ମନରେଗାର ମୂଳ ଲକ୍ଷ୍ୟ ଏବଂ ଏହା କିପରି ସମସ୍ତ ପଞ୍ଚାୟତସ୍ତରରେ ସଫଳତାର ସହ କାର୍ଯ୍ୟକାରୀ କରାଯାଇପାରିବ ସେ ସଂପର୍କରେ ମଣ୍ଡଳ ଉନ୍ନୟନ ଅଧିକାରୀ ଅରୁଣ କୁମାର ଦାସ ଆଲୋକପାତ କରିଥିଲେ। ଏଥିରେ ଯୋଗଦେଇଥିବା ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ବର୍ଷାଜଳକୁ ସଂରକ୍ଷଣ କରାଯିବା, ବୋହିଯାଉଥିବା ବର୍ଷାଜଳକୁ ପ୍ରକଳ୍ପ ମାଧ୍ୟମରେ ଭୂତଳ ଜଳସ୍ତର ବୃଦ୍ଧିରେ ଉପଯୋଗ କରିବା ଉପରେ ଗୁରୁତ୍ୱାରୋପ କରିବା ସହ ପ୍ରତି ପଞ୍ଚାୟତରେ ଏହାର ସଫଳ ରୂପାୟନ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ଏହି ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ଆଠଗଡ ବ୍ଲକରେ ମୋଟ ୧୮୧୨ଟି ପ୍ରକଳ୍ପ ଚାଲୁ ରହିଥିବା ବେଳେ ସେଥିରୁ ୮୭୨ଟି ସଂପୃର୍ଣ୍ଣ ହୋଇଛି। ମୋଟ ୨୩୭୬୬ ଜଣ ଜବକାର୍ଡଧାରୀଙ୍କ ମଧ୍ୟରୁ ପ୍ରକଳ୍ପ ଗୁଡିକରେ କାର୍ଯ୍ୟ କରିବା ପାଇଁ ୭୧୧୧ ଜଣ ଶ୍ରମିକ କାମ ଦାବି କରିଥିଲେ ଏବଂ ସମସ୍ତ ୭୧୧୧ଜଣଙ୍କୁ କାମ ଯୋଗାଇ ଦିଆଯାଇଥିଲା। ଏହି ପ୍ରକଳ୍ପ ଗୁଡିକରେ ୨୮୨୮୪୬ ଶ୍ରମ ଦିବସ ସୃଷ୍ଟି ହୋଇଥିଲା ବୋଲି ବ୍ଲକ ସହକାରୀ ପ୍ରକଳ୍ପ ଅଧିକାରୀ ଲିପସାରାଣୀ ନନ୍ଦ ପ୍ରକାଶ କରିଥିଲେ। ଚଳିତ ବର୍ଷ ଜେନାପଦା ଇଚ୍ଛାପୁର ଓ ସଠିଲୋ ପଞ୍ଚାୟତ ସର୍ବାଧିକ ପ୍ରକଳ୍ପ ଓ ଶ୍ରମଦିବସ ସୃଷ୍ଟି କରିଥିବା ବେଳେ ଧାଇପୁର, ରାଧାଗୋବିନ୍ଦପୁର ଓ ତରଡିଙ୍ଗ ପଞ୍ଚାୟତ ସବୁଠାରୁ କମ୍‍ ପ୍ରକଳ୍ପ କାର୍ଯ୍ୟକାରୀ କରିଥିବା ଜଣାପଡିଛି। ଏହି ବ୍ଲକ ସ୍ତରୀୟ ଜନଶୁଣାଣୀରେ ମନ୍ତ୍ରୀଙ୍କର ବ୍ଲକ ପ୍ରତିନିଧି ରଞ୍ଜନ କୁମାର ଆଚାର୍ଯ୍ୟ, ନବନିର୍ବାଚିତ ବ୍ଲକ ଉପାଧ୍ୟକ୍ଷ ସୁବାସ ଚନ୍ଦ୍ର ମଲ୍ଲିକ, ସହକାରୀ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁପ୍ରସାଦ ଖାଡେଙ୍ଗା, ଯୋଗାଣ ନିରୀକ୍ଷକ ବିଦ୍ୟୁଲତା ନାଏକ, ଜିଲ୍ଲାପରିଷଦ ସଭ୍ୟ ବଳଭଦ୍ର ବାଘଙ୍କ ସମେତ ସମସ୍ତ ପଞ୍ଚାୟତର ନିର୍ବାଚିତ ଜନପ୍ରତିନିଧି, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସହକାରୀ ଯନ୍ତ୍ରୀ ସୁବାସ ଚନ୍ଦ୍ର ରାଉତ କାର୍ଯକ୍ରମ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories