www.samajalive.in
Sunday, December 7, 2025
14.1 C
Bhubaneswar

ପିତାଙ୍କ ସ୍ମୃତିରେ ବୃତ୍ତି ପାଇଁ ବିଦ୍ୟାଳୟକୁ ଦାନ

ଆଠଗଡ: ଆଠଗଡ ବ୍ଲକ ଅନ୍ତର୍ଗତ ଯୋରନ୍ଦା ଗ୍ରାମର ସ୍ୱର୍ଗତ ଶିକ୍ଷାବିତ୍‍ ବାଉରୀବନ୍ଧୁ ରାଉତଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରତିବର୍ଷ ଛାତ୍ରବୃତ୍ତି ପ୍ରଦାନ ଲାଗି ମାଧବ ସାମନ୍ତ ସିଂହାର ବିଦ୍ୟାପୀଠକୁ ସ୍ୱର୍ଗତ ରାଉତଙ୍କ ପୁତ୍ରମାନେ ଆର୍ଥିକ ସହାୟତ ପ୍ରଦାନ କରିଛନ୍ତି । ଏହି ଉପଲକ୍ଷେ ସ୍କୁଲ ପ୍ରାଙ୍ଗଣରେ ପ୍ରଧାନଶିକ୍ଷକ ପ୍ରଦୀପ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ପୂର୍ବତନ ସରପଞ୍ଚ ତଥା ସମାଜସେବୀ ଉଦୟନାଥ ନାୟକ ମୁଖ୍ୟଅତିଥି ଏବଂ ଶିକ୍ଷାବିତ୍‍ ସୁରେଶ କୁମାର ପରିଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ୱର୍ଗତ ଶିକ୍ଷାବିତ୍‍ ବାଉରୀବନ୍ଧୁ ରାଉତଙ୍କ ଶିକ୍ଷାଦାନ ଦକ୍ଷତା, ଛାତ୍ରବତ୍ସଳତା ଆଦି ବିଷୟରେ ସ୍ମୃତିଚାରଣ କରିବା ସହ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଏହି ଅବସରରେ ସ୍କୁଲର ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କରିବା ଲାଗି ସ୍ୱର୍ଗତ ରାଉତଙ୍କ ଚାରିପୁତ୍ର ଗଣେଶ ପ୍ରସାଦ ରାଉତ, ବିମ୍ବାଧର ରାଉତ, ଅଶୋକ କୁମାର ରାଉତ ଓ ସୁବାସ ଚନ୍ଦ୍ର ରାଉତ ସ୍କୁଲର ପ୍ରଧାନଶିକ୍ଷକଙ୍କ ହସ୍ତରେ ୨୦ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରିଥିଲେ । ଏହି ଅର୍ଥରାଶି ବ୍ୟାଙ୍କରେ ସ୍ଥାୟୀ ଜମା କରାଯାଇ ଏଥିରୁ ପ୍ରତିବର୍ଷ ଉପଲବ୍ଧ ସୁଧରାଶିରେ ଛାତ୍ରଛାତ୍ରୀଙ୍କୁ ପୋତ୍ସାହନ ପାଇଁ ମେଧାବୃତ୍ତି ପ୍ରଦାନ ଲାଗି ସେମାନେ ପରାମର୍ଶ ଦେଇଥିଲେ । ପ୍ରଧାନଶିକ୍ଷକ ଶ୍ରୀ ସାହୁ ଏଭଳି ମହତ କାମ ପାଇଁ ସ୍ୱର୍ଗତ ରାଉତଙ୍କ ଚାରିପୁତ୍ରଙ୍କୁ ସାଧୁବାଦ ଓ କୃତଜ୍ଞତା ଜଣାଇଥିଲେ । ଏହି କାର‌୍ୟ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ଉପସ୍ଥିତ ରହିଥିବାବେଳେ ଶିକ୍ଷକ ମାନସ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories