BJD Bijuli 480×75 Mob

ରଣେନ୍ଦ୍ରଙ୍କ ଆଶୁ ଆରୋଗ୍ୟ କାମନା କରି ସମର୍ଥକଙ୍କ ସାମୁହିକ ଦୀପ ପ୍ରଜ୍ୱଳନ

BJD Bijuli 480×75 Mob

ଆଠଗଡ଼ :  ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କର କରୋନା ଚିହ୍ନଟ ହେବା ପରେ ତାଙ୍କର ଆଶୁ ଆରୋଗ୍ୟ କାମନା କରି ଆଠଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ମନ୍ଦିର ଓ ଦେବାଳୟରେ ସମର୍ଥକ, ଶୁଭେଛୁମାନଙ୍କ ତରଫରୁ ପୂଜାର୍ଚ୍ଚନା ସହିତ ସାମୁହିକ ପ୍ରଦୀପ ପ୍ରଜ୍ୱଳନ କରାଯାଇଛି।

ଏହି ଅବସରରେ ଆଜି ସକାଳୁ ଆଠଗଡ଼ର ଆରାଧ୍ୟ ଶ୍ରୀ ଧବଳେଶ୍ୱର ମହାଦେବଙ୍କ ପୀଠ, ସର୍ପେଶ୍ୱର ପୀଠ, ଆଠଗଡ଼ ସହରସ୍ଥିତ ଅଟ୍ଟାଳୀ ଜଗନ୍ନାଥ ମନ୍ଦିର, ରଘୁନାଥ ମନ୍ଦିର, ଚାନ୍ଦବାଲି ଛକସ୍ଥିତ ହନୁମାନ ମନ୍ଦିର ଠାରେ ଆଠଗଡ଼ ବିଜୁ ଯୁବ ଜନତା ଦଳ, ବିଜୁ ମହିଳା ଜନତାଦଳ, ମଞ୍ଚେଶ୍ୱର, କଖଡ଼ି, କଟିକିଆ ସାହି ବିଜେଡ଼ି ତର‘ରୁ ପୂଜାର୍ଚ୍ଚନା କରାଯିବା ସହ ସାମୁହିକ ଦୀପଦାନ କରାଯାଇଥିଲା। ସେହିପରି ତିଗିରିଆର ବ୍ଲକ ବିଜେଡ଼ି ତର‘ରୁ ନିଜିଗଡ଼ସ୍ଥିତ ଜଗନ୍ନାଥ ମନ୍ଦିର, ଭିରୁଡ଼ାସ୍ଥିତ ମହାଶ୍ୟାମଳା ମନ୍ଦିର, ନୂଆପାଟଣାସ୍ଥିତ କଳାପାଟ ମନ୍ଦିର, ଅଚଳକୋଟସ୍ଥିତ ମଲ୍ଲିକାନାଥ ମନ୍ଦିର ଓ ହାଟମାଳସ୍ଥିତ ଦୁର୍ଗା ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହିତ ସମୂହ ଦୀପଦାନ କରାଯାଇଥିଲା। ସନ୍ଧ୍ୟା ସମୟରେ ବିଜୁ ଛାତ୍ର ଜନତା ଦଳ ତର‘ରୁ ସ୍ଥାନୀୟ ବାଉତୀ ମନ୍ଦିର ଠାରେ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଆଠଗଡ଼ ଅଞ୍ଚଳର ଜଣାଶୁଣା ବିଜେଡ଼ି ସମର୍ଥକ ରଞନ କୁମାର ଜେନା, ପ୍ରକାଶ କୁମାର ରାଉତ, ପୂର୍ବତନ ଆଠଗଡ଼ ଏନଏସି ବିଜେଡ଼ି ସଭାପତି ପ୍ରଦୀପ୍ତ ଦାସ, ବ୍ଲକ ସଭାପତି ରବିନ୍ଦ୍ର ନାଥ ରାଉତ, ଲଳିତେନ୍ଦୁ ସେନାପତି, କେଶବାନନ୍ଦ ମହାନ୍ତି, ଅଜିତ ଧିର, ଭାଗିରଥୀ ନନ୍ଦ, ଛାତ୍ରନେତା ଜ୍ୟୋତିରଞନ ପ୍ରଧାନ, ସତ୍ୟପ୍ରିୟ ମହାନ୍ତି, ଅଜିତ ପାଇକରାୟ, ସନ୍ତୋଷ କୁମାର ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Comments are closed.