୩୫୮ଟି ସ୍ଥାନକୁ ମିଳିଛି ପର୍ଯ୍ୟଟନ ସ୍ଥଳୀର ମାନ୍ୟତା

ଧଉଳି ପାଇଁ ପ୍ରସ୍ତୁତ ହେଉଛି ମାଷ୍ଟରପ୍ଲାନ

ଭୁବନେଶ୍ୱର :  ରାଜ୍ୟରେ ମୋଟ ୩୫୮ଟି ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦିଆଯାଇଛି । ନୂଆ ପର୍ଯଟନ ନୀତି ଅନୁସାରେ ପର୍ଯ୍ୟଟନ ସ୍ଥଳୀ ଗୁଡିକର ବିକାଶ କରା ଯାଉଛି।ରାଜ୍ୟର ପର୍ଯ୍ୟଟନ ସ୍ଥଳୀ ଗୁଡିକର ବିକାଶ ପାଇଁ ରାଜ୍ୟ ସରକାର ନିରନ୍ତର କାମ କରୁଛନ୍ତି। ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଶନିବାର ବିଧାନସଭାରେ ଏ ସମ୍ପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ।
ଅନ୍ୟ ପକ୍ଷରେ ଧଉଳି ସ୍ତୁପ ନୂଆ ରୂପ ପାଇବାକୁ ଯାଉଛି । ଧଉଳି ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେଉଛି। ଖୁବଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ। ଆଜି ପ୍ରଶ୍ନକାଳରେ ଧଉଳି, ବିନ୍ଦୁ ସାଗର ଓ କେଦାର ଗୌରୀର ବିକାଶ ନେଇ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ପ୍ରଶ୍ନ ଉଠାଇଥିଲେ । ଏହାର ଉତ୍ତରରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଏହି ସୂଚନା ଦେଇଛନ୍ତି।

 

kalyan agarbati

Comments are closed.