ବିଧାନସଭାରେ ତେଲ ତାତି: ଗୃହ ମୁଲତବୀ
ଭୁବନେଶ୍ୱର: ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳଦର ହ୍ରାସ ପାଇଥିଲେ ମଧ୍ୟ ଭାରତରେ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି। ଏହାର ପ୍ରତିବାଦରେ ଆଜି ବିଧାନସଭାରେ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଦେଶରେ ତୈଳ ଦର ବୃଦ୍ଧି ପାଇଁ କେନ୍ଦ୍ର ସରକାର ଓ କେତେକାଂଶରେ ରାଜ୍ୟସରକାର ମଧ୍ୟ ଦାୟୀ। ତୈଳ ଦର ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ଟିକସ ହ୍ରାସ କରିବେ କି ନାହିଁ ସ୍ପଷ୍ଟ କରନ୍ତୁ ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ। ଅପରପକ୍ଷରେ ନୟାଗଡ଼ ଜିଲାରେ ହାଜତ ମୃତ୍ୟୁ ଘଟଣାକୁ ନେଇ ବିଜେପି ସଭ୍ୟମାନେ ହୋ ହାଲ୍ଲା କରିଥିଲେ। ଗୃହ ଚଳାଇବାରେ ଅସୁବିଧା ହେବାରୁ ବାଚସ୍ପତି ପ୍ରଥମେ ଗୃହକୁ ୧୧ଟା ଯାଏ ମୁଲତବି ରଖିଥିଲେ। କିନ୍ତୁ ଗୃହ ଆରମ୍ଭ ହେବା ପରେ ମଧ୍ୟ ହୋ ହାଲ୍ଲା ଜାରି ରହିବାରୁ ବାଚସ୍ପତି ଅପରାହ୍ନ ୩ଟା ଯାଏ ମୁଲତବି ରଖିଛନ୍ତି।