www.samajalive.in
Sunday, December 7, 2025
18.1 C
Bhubaneswar

କ୍ରୀଡ଼ାଗ୍ରାମରେ ପ୍ରବେଶ ପାଇଁ ଭାରତୀୟ ପାରା ଆଥଲେଟ୍‍ ହଟହଟା

ଜାକର୍ତ୍ତା : ଏଠାରେ ଆୟୋଜିତ ପାରା ଏସୀୟ କ୍ରୀଡ଼ାରେ ଭାଗ ନେବାକୁ ଯାଇଥିବା ଭାରତୀୟ ଆଥଲେଟ୍‍ଙ୍କୁ ବେଶ୍‍ ହଟହଟାର ସମ୍ମୁଖୀନ ହେବାକୁ ପଡ଼ିଛି। ଭାରତୀୟ ଅଧିକାରୀମାନେ ନିର୍ଦ୍ଧାରିତ ସମୟରେ ପ୍ରାପ୍ୟ ଦେଇନଥିବାରୁ ଭାରତୀୟ ପାରା ଆଥଲେଟ୍‍ଙ୍କୁ କ୍ରୀଡ଼ା ଗ୍ରାମରେ ପ୍ରବେଶ କରିବାକୁ ଅନୁମତି ଦେଇନଥିଲେ ଆୟୋଜକ।
ମିଳିଥିବା ସୂଚନାନୁଯାୟୀ ପାରା ଏସୀୟ କ୍ରୀଡ଼ାରେ ଭାଗ ନେବାକୁ ୫୦ ଜଣିଆ ଭାରତୀୟ ଆଥଲେଟ୍‍ ଦଳ ଗତ ସୋମବାର ଜାକର୍ତ୍ତାରେ ପହଞ୍ଚିଥିଲେ। ତେବେ ସେମାନଙ୍କୁ କ୍ରୀଡ଼ାଗ୍ରାମରେ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରିନଥିଲେ ଆୟୋଜକ। ସେପ୍ଟେମ୍ବର ୨୯ ସୁଦ୍ଧା ଆବଶ୍ୟକ ପ୍ରାପ୍ୟ ଦାଖଲ କରିବା ନିମନ୍ତେ ସମୟସୀମା ରହିଥିବା ବେଳେ ଭାରତୀୟ ଅଧିକାରୀ ପ୍ରାପ୍ୟ ଦାଖଲ କରିନଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଥିଲା। ପରେ ଭାରତୀୟ ଦଳର ଚିଫ୍‍ ଡି ମିଶନ ଘଟଣାରେ ହସ୍ତକ୍ଷେପ କରି ପ୍ରାଥମିକ ପର୍ଯ୍ୟାୟରେ ୫୦ ହଜାର ଡଲାର ଅର୍ଥ ଦାଖଲ କରିବା ପରେ ଆଥଲେଟ୍‍ଙ୍କୁ କ୍ରୀଡ଼ାଗ୍ରାମରେ ପ୍ରବେଶ ପାଇଁ ଅନୁମତି ମିଳିଥିଲା। ବାକି ଅର୍ଥ ଆସନ୍ତା ୪ ତାରିଖ ସୁଦ୍ଧା ଦାଖଲ କରିବାକୁ ଆୟୋଜକ କମିଟିକୁ ଭାରତୀୟ ଅଧିକାରୀ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି। ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଚିଫ୍‍ ଡି ମିଶନ ଗୁରୁଶରଣ ସିଂହ କହିଛନ୍ତି ଆୟୋଜକ କମିଟି ନିକଟରେ ଠିକ୍‍ ସମୟ ପୂର୍ବରୁ ଅର୍ଥ ଦାଖଲ କରାଯାଇ ପାରିନଥିଲା। ଫଳରେ ସେମାନେ ଭାରତୀୟ ଆଥଲେଟ୍‍ଙ୍କୁ କ୍ରୀଡ଼ାଗ୍ରାମରେ ପ୍ରବେଶ ପାଇଁ ସୁଯୋଗ ଦେଇନଥିଲେ। ପରବର୍ତ୍ତୀ ଅବସ୍ଥାରେ କୌଣସି ପ୍ରକାରେ ଯୋଗାଡ କରି ଆୟୋଜକ କମିଟିକୁ ୫୦ ହଜାର ଡଲାର ପ୍ରଦାନ କରିବା ପରେ ଆଥଲେଟ୍‍ମାନେ କ୍ରୀଡ଼ାଗ୍ରାମ ମଧ୍ୟକୁ ପ୍ରବେଶ ଅନୁମତି ପାଇଥିଲେ। ଭାରତୀୟ ପାରାଲମ୍ପିକ୍‍ସ କମିଟି ତରଫରୁ ଆୟୋଜକଙ୍କ ପ୍ରାପ୍ୟ ବାବଦ ସମସ୍ତ ତଥ୍ୟ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)କୁ ପ୍ରଦାନ କରାଯାଇଥିଲା। ସାଇ ତରଫରୁ ଏ ସଂପର୍କରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟକୁ ଅବଗତ କରାଯାଇଥିଲେ ମଧ୍ୟ ଅର୍ଥ ମିଳିବାରେ ଅସୁବିଧା କେଉଁଠି ରହିଲା ତାହା ବୁଝା ପଡୁନାହିଁ ବୋଲି ଗୁରୁଶରଣ କହିଛନ୍ତି। ଆସନ୍ତା ୪ ତାରିଖ ସୁଦ୍ଧା ଆୟୋଜକଙ୍କୁ ବାକି ଅର୍ଥ ପ୍ରଦାନ କରିବାକୁ ସେ କ୍ରୀଡ଼ା ମନ୍ତ୍ରଣାଳୟକୁ ଜଣାଇ ଦେଇଛନ୍ତି। ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କ୍ରୀଡ଼ା ସଚିବ କହିଛନ୍ତି ଭାରତୀୟ ପାରାଲମ୍ପିକ୍‍ କମିଟି ଆକାଉଣ୍ଟରେ ସୋମବାର ଟଙ୍କା ଡିପୋଜିଟ୍‍ କରାଯାଇଛି। ପାରା ଏସୀୟ କ୍ରୀଡ଼ାରେ ଭାଗ ନେବାକୁ ଯାଇଥିବା ଖେଳାଳିମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ମନ୍ତ୍ରଣାଳୟ ଦୃଷ୍ଟି ରଖିଛି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories