www.samajalive.in
Monday, December 15, 2025
24.1 C
Bhubaneswar

ଅତିରିକ୍ତ ଦିବସକୁ ଗଲା ଭାରତ-ପାକିସ୍ତାନ ମୁକାବିଲା

କଲମ୍ବୋ : ଯାହା ଆଶଙ୍କା କରା ଯାଉଥିଲା; ତାହା ହିଁ ଘଟିଛି। ରବିବାର କଲମ୍ବୋରେ ବର୍ଷା ଭାରତ-ପାକିସ୍ତାନ ଏସିଆ କପ୍‌ର ମ୍ୟାଚ୍‌ରେ ବାଧକ ସାଜିଛି। ବର୍ଷା ଯୋଗୁଁ ଏହି ସୁପର-୪ ମ୍ୟାଚ୍‌ରେ ଭାରତୀୟ ଇନିଂସରେ ୨ ଘଣ୍ଟା ବା ୨୪.୧ ଓଭର ଖେଳ ସମ୍ଭବପର ହୋଇଥିଲା। ତେବେ ଏହି ୨ ଘଣ୍ଟାରେ ଦୁଇ ଭାରତୀୟ ଓପ୍‌ନର ରୋହିତ ଶର୍ମା ଓ ଶୁବ୍‌ମାନ ଗିଲ୍‌ ପାକିସ୍ତାନୀ ବୋଲରଙ୍କ ବିପକ୍ଷରେ ଚମତ୍କାର ବ୍ୟାଟିଂକରି ଦଳକୁ ମଜ୍‌ଭୁତ ସ୍ଥିତିରେ ପହଞ୍ଚାଇଥିଲେ। ହେଲେ ଦୁହେଁ ଅଳ୍ପ ବ୍ୟବଧାନରେ ପାଭିଲିଅନ୍‌କୁ ଫେରିବା ପରେ ବର୍ଷା ଆରମ୍ଭ ହୋଇ ଯାଇଥିଲା। ସେତେବେଳେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୪.୧ ଓଭରରେ ୨ ୱିକେଟ ହରାଇ ୧୪୭ ରନ୍‌ କରି ପାରିଥିଲା। ସାଢ଼େ ୩ ଘଣ୍ଟା ଅପେକ୍ଷା କରିବା ପରେ କମ୍‌ ଓଭରର ମ୍ୟାଚ୍‌ର ସମ୍ଭାବନା ସୃଷ୍ଟି ହୋଇଥିଲା। ହେଲେ ପୁଣି ବର୍ଷା ହେବାରୁ ଦିନର ଖେଳକୁ ବାତିଲ କରା ଯାଇଥିଲା। ସୋମବାର ଅତିରିକ୍ତ ଦିବସରେ ଭାରତୀୟ ସ୍କୋର୍ ୨୪.୧ ଓଭରରେ ୨/୧୪୭ ସ୍କୋର୍‌ରୁ ଖେଳ ଆରମ୍ଭହେବ।
ଭାରତ ଓ ପାକିସ୍ତାନ ମଧ୍ୟରେ ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇ ଯାଇଥିଲା। ତେଣୁ ଏହି ମହା ମୁକାବିଲା ଉପରେ ସାରାବିଶ୍ବର ନଜର ଥିବାରୁ ଅତିରିକ୍ତ ଦିବସର ରଖା ଯାଇଥିଲା। ମେଘୁଆ ଆକାଶ ଦେଖି ଟସ୍ ଜିତି ପାକିସ୍ତାନ ଫିଲ୍‌ଡିଂର ନିଷ୍ପତ୍ତି ନେଇଥିଲା। ତେବେ ଗତ ମ୍ୟାଚ୍‌ ପରି ଏହି ମ୍ୟାଚ୍‌ରେ ସାହିନ୍ ଶାହା ଆଫ୍ରିଦି ଭଲ ବୋଲିଂ କରି ପାରିନଥିଲେ। ପ୍ରଥମ ଓଭରରେ ଆଫ୍ରିଦିଙ୍କୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଛକା ମାରିଥିବା ବେଳେ ସାହିନ୍‌ ଆଫ୍ରିଦିଙ୍କ ପର ୨ ଓଭରରେ ଶୁବ୍‌ମାନ ଗିଲ୍‌ ୩ଟି ଲେଖାଏଁ ଚୌକା ମାରିଥିଲେ। ତେବେ ଅନ୍ୟ ପଟୁ ନସିମ୍ ଶାହା ଭଲ ବୋଲିଂ କରିଥିଲେ ହେଁ ଭାଗ୍ୟ ତାଙ୍କ ସହ ନଥିଲା। ଆରମ୍ଭରୁ ଗିଲ୍‌ ଅଧିକ ଷ୍ଟ୍ରୋକ୍‌ ଖେଳି ପ୍ରଥମେ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଲେଗ୍‌ସ୍ପିନର ସଦ୍ଦାବ ଖାଁଙ୍କୁ ଆକ୍ରମଣ କରି ରୋହିତ ଦ୍ରୁତଗତିରେ ସ୍କୋର୍‌କରି ଅର୍ଦ୍ଧଶତକ ପୂରଣ କରିଥିଲେ। ୧୭ଶ ଓଭରରେ ଭାରତୀୟ ଓପ୍‌ନିଂ ଯୋଡ଼ି ୧୨୧ ରନ୍‌ର ଭାଗିଦାରୀ କରିଥିଲେ। ହେଲେ କ୍ରମାଗତ ୨ ଓଭରରେ ଦୁହେଁ ଆଉଟ୍‌ ହୋଇ ଯାଇଥିଲେ। ସଦ୍ଦାବ ଖାଁଙ୍କୁ ଛକାମାରିବା ପ୍ରୟାସରେ ରୋହିତ ପ୍ରଥମେ ଆଉଟ୍‌ ହୋଇଥିଲେ। ରୋହିତ ୪୯ ବଲ୍‌ରୁ ୪ଟି ଛକା ଓ ୬ଟି ଚୌକା ସହ ୫୬ ରନ୍‌ କରିଥିଲେ। ସାହିନ୍ ଶାହା ଆଫ୍ରିଦି ତାଙ୍କ ୨ୟ ସ୍ପେଲ୍‌ରେ ଏକ ଧିମା ବଲ୍‌ରେ ଶୁବ୍‌ମାନ ଗିଲ୍‌ଙ୍କୁ ଆଉଟ୍‌ କରିଥିଲେ। ଗିଲ୍‌ ୫୨ ବଲ୍‌ରୁ ୧୦ଟି ଚୌକା ସହ ୫୮ ରନ୍‌ କରିଥିଲେ। ମ୍ୟାଚ୍‌ ବନ୍ଦହେବା ବେଳକୁ ବିରାଟ କୋହଲି ଓ କେ.ଏଲ୍‌. ରାହୁଲ ଅପରାଜିତ ରହିଛନ୍ତି। କୋହଲି ୧୬ ବଲ୍‌ରୁ ୮ ରନ୍‌ କରିଥିବା ବେଳେ ରାହୁଲ ୨ଟି ଦର୍ଶନୀୟ ବାଉଣ୍ଡରୀ ମାରି ୨୮ ବଲ୍‌ରୁ ୧୭ ରନ୍‌କରି ଅପରାଜିତ ଥିଲେ। ୩ ଘଣ୍ଟା ପରେ ବର୍ଷା ବନ୍ଦହେବାରୁ ମ୍ୟାଚ୍‌ର ସମ୍ଭାବନା ସୃଷ୍ଟି ହୋଇଥିଲା। ଗ୍ରାଉଣ୍ଡସ୍‌ମ୍ୟାନ୍ କଠିନ ପରିଶ୍ରମ କରି ପଡ଼ିଆକୁ ମ୍ୟାଚ୍‌ ଉପଯୋଗୀ କରିଥିଲେ। ସେମାନେ ପଙ୍ଖା ଲଗାଇ ପଡ଼ିଆ ଶୁଖାଇଥିଲେ। ହେଲେ ବର୍ଷା ପୁଣି ଫେରିଥିଲା। ସୋମବାର ମଧ୍ୟ ବର୍ଷାର ଆଶଙ୍କା ରହିଛି। ସୋମବାର ଖେଳିଲେ ଭାରତ କ୍ରମାଗତ ୩ ଦିନ ଖେଳିବ। ମଙ୍ଗଳବାର ଭାରତ-ଶ୍ରୀଲଙ୍କା ମ୍ୟାଚ୍‌ ଖେଳାଯିବାର ଅଛି।

Hot this week

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories