ସୋମବାର ରାଶିଫଳ (୧୧.୦୯.୨୦୨୩) ରାଶିଫଳଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟ By samajalive Last updated Sep 11, 2023 Share ମେଷ : ଅନୁଭୂତିରୁ ଉତ୍ପନ୍ନ ଜ୍ଞାନ ଆପଣଙ୍କୁ ଗରିମାମୟ କରିପାରେ। କୃଷକଙ୍କ ନେତୃତ୍ବ ନେଇ ଚଳିତ ଖରିଫ ଫସଲରୁ ଅଧିକ ଉତ୍ପାଦନ ପାଇଁ ବୈଷୟିକ ତାଲିମ ନେଇପାରନ୍ତି। ଯାନବାହନ ସୁଖ ମିଳିବ। ବୃଷ : ଈଶ୍ବର ଭକ୍ତିରେ ଶକ୍ତିସମ୍ପନ୍ନ ହୋଇ ପରମ କଲ୍ୟାଣୀୟ ମାର୍ଗରେ ମାର୍ଗୀ ହେବେ। ଅନୁଜମାନଙ୍କ ଭକ୍ତିଭାଜନ ହେବେ। ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ବାନ୍ ହେବେ। ନିର୍ଭରଶୀଳ ନ ହୋଇ ଏକାକୀ ବିଜୟୀ ହେବେ। ମିଥୁନ : ଶ୍ରୀତ କମଳା ପାଦପଦ୍ମଧ୍ୟାୟୀ ବାଣିଜ୍ୟ କାରବାରରୁ ଧନ ଆହରଣ କରିବାରେ ପାରଙ୍ଗମ ହେବେ। ଆଚରଣରେ ଭଦ୍ରତା ଓ ଉଚ୍ଚାରଣରେ ମଧୁରତା ଯୋଗୁଁ ଜନସାଧାରଣଙ୍କ ପ୍ରିୟପାତ୍ର ହୋଇପାରନ୍ତି। କର୍କଟ : ଶ୍ରୀଚନ୍ଦ୍ର ଭୋଗ ହେତୁ ପୂର୍ବାହ୍ଣରେ ବିଭୁ ଆଶୀର୍ବାଦ ଓ ପ୍ରଭୁ ପ୍ରସାଦ ପାଇଥିବାବେଳେ ଅପହରାହ୍ଣରେ ପରିବାର ଓ ନିମନ୍ତ୍ରିତ ଅତିଥିମାନଙ୍କୁ ସ୍ନେହାଶିଷ ଦେଇପାରନ୍ତି। ଭୋଗ ଭିତରେ ତ୍ୟାଗକୁ ଗ୍ରହଣ କରିବେ। ସିଂହ : ଓଁର ଚିନ୍ତନ ଓ ମନନରେ ବ୍ରତୀ ହୋଇପାରନ୍ତି। ବାତ୍ସଲ୍ୟ ମମତାରେ ଉଦ୍ବୁଦ୍ଧ ହୋଇ ନିଜର ଆଶ୍ରିତ ଓ ଅନୁଗତମାନଙ୍କର ଜୀବନକୁ ମଧୁମୟ କରିପାରନ୍ତି। ନିଜ ପ୍ରତି କଠୋର ଓ ଅନ୍ୟ ପ୍ରତି କୋମଳ ହେବେ। କନ୍ୟା : ଆୟୁଷ୍ମାନ୍ ହେବେ। ଜୀବନର ସମ୍ମୋହନ ମହାପ୍ରଭୁଙ୍କ ଶରଣାଗତ ହେବେ। ଚେଷ୍ଟା ଫଳବତୀ ହେବ। ଧୀ’ଶକ୍ତିସମ୍ପନ୍ନ ହେବେ। ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। କର୍ମଠ ହେବେ। Related Posts ପଶ୍ଚିମବଙ୍ଗ ହିଂସାକୁ ଦୃଢ଼ ପ୍ରତିବାଦ,… Apr 21, 2025 ସାଢେ ୧୧ରେ ଝାରସୁଗୁଡାରେ ପାରଦ ୪୧ ଡିଗ୍ରୀ Apr 21, 2025 ତୁଳା : ଈପ୍ସିତ ପଦାର୍ଥ ପ୍ରାପ୍ତିର ସୁଯୋଗ ଅଛି। ଚେତନାର ଉଳ ପ୍ରଦୀପ ହୋଇପାରନ୍ତି। ମାନବବାଦର ଚେତନାକୁ ଉପସ୍ଥାପନ କରି ସମର୍ପିତ ଜୀବନଯାପନ କରିବେ। କର୍ମକ୍ଷେତ୍ରରୁ ଯଥାର୍ଥ ପାରିତୋଷିକ ପାଇବେ। ବିଛା : ପରୋପକାର କରି କୃପାନିଧାନଙ୍କ କୃପାପାତ୍ର ହେବେ। ଭୋଗୀ ହେଲେ ବି ସେହି ଭୋଗ ଭିତରେ ତ୍ୟାଗ ଓ ସୃଜନଶୀଳତା ମଧ୍ୟ ରହିଛି। ଅନ୍ୟମନସ୍କ ନ ହୋଇ ମନକୁ ସ୍ଥିର ରଖିଲେ ସବୁ ସାଧ୍ୟ ହେବ। ଧନୁ : ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆକସ୍ମିକ ବିପଦକୁ ଏଡ଼ାଇ ଦେଇ ପାରନ୍ତି। ସଶକ୍ତ ଆତ୍ମବଳରେ ବଳୀୟାନ୍ ହେବେ। ପାପତାପ ପରିହାରକ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ଜୀବନ ବିତାଇବେ। ମକର : ଦିନଟି ଶିବମୟ ହୋଇପାରେ। ଧର୍ମ ଧ୍ବଜାଧାରୀର ଅଭିନୟ କରିପାରନ୍ତି। ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି। ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହୋଇପାରେ। ପତ୍ନୀଙ୍କ ଉପଦେଶ ଗ୍ରହଣୀୟ ହେବ। କୁମ୍ଭ : କର୍ମଚଞ୍ଚଳ ରହିବେ। ଅଧ୍ୟବସାୟରେ ମଗ୍ନ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରି ଲୋକଙ୍କ ପ୍ରଶଂସାଭାଜନ ହେବେ। ସୁସ୍ଥ ରହିବେ। ମୀନ : ପାଇବାକୁ ଥିବା ଧନରେ ଭଣ୍ଡାର ସମ୍ପ୍ରସାରିତ କରିପାରନ୍ତି। ସ୍ବକାର୍ଯ୍ୟରେ ନିଷ୍ଠାପର ଓ ନିରବଚ୍ଛିନ୍ନ ଭାବେ ମନୋନିବେଶ କଲେ ଧନ ସହିତ ସମ୍ମାନ ଆପେ ଆପେ ଆସିଯିବ। ତେଜୀୟାନ ଓ ଜ୍ଞାନୀ ହେବେ। Horoscope 11th Sept. 2023odia news Share FacebookTwitterWhatsApp
Comments are closed.