www.samajalive.in
Monday, December 15, 2025
17.1 C
Bhubaneswar

ଏସିଆ କପ୍ : ଶ୍ରୀଲଙ୍କା ଆଗରେ ୨୧୪ ରନର ଲକ୍ଷ୍ୟ ରଖିଲା ଭାରତ

କଲମ୍ବୋ: ଶ୍ରୀଲଙ୍କା ବିପକ୍ଷରେ ଭାରତ ୨୧୩ରେ ଅଲଆଉଟ ହୋଇଛି। ଓପେନିଂ ଯୋଡ଼ିରେ ୮୦ ରନ ସତ୍ତ୍ବେ ୫୦ ଓଭର ଖେଳିପାରିଲାନି ଭାରତ। ଅଧିନାୟକ ରୋହିତ ୫୩, ଈଶାନ ୩୩, ରାହୁଲଙ୍କ ୩୯ ରନ କରିଥିବାବେଳେ ଶ୍ରୀଲଙ୍କାର ସ୍ପିନର ୱେଲେଗାଙ୍କୁ ୫ ଓ ଅସଲଙ୍କାକୁ ୪ ୱିକେଟ ସଫଳତା ମିଳିଛି।
କଲମ୍ବୋର ଆର.ପ୍ରେମଦାସା ଷ୍ଟାଡିୟମଠାରେ ଖେଳାଯାଉଥିବା ଏସିଆ କପ୍ ସୁପର-୪ର ଏକ ମ୍ୟାଚରେ ଶ୍ରୀଲଙ୍କା ଆଗରେ ବିଜୟ ପାଇଁ ଭାରତ ୨୧୪ ରନର ବିଜୟ ଲକ୍ଷ୍ୟ ରଖିଛି। ଦିନକ ପୂର୍ବରୁ ପାକିସ୍ତାନ ବିପକ୍ଷରେ ଏକ ବିଶାଳ ସ୍କୋର ବ୍ୟବଧାନ​‌େ​‌ାର ବିଜୟ ହାସଲ କରିଥିବା ଭାରତୀୟ ଦଳ ଆଜି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ସମସ୍ତ ବ୍ୟାଟ୍ସମ୍ୟାନ ମାତ୍ର ୨୧୩ ରନ କରି ଅଲଆଉଟ ହୋଇ ପ୍ୟାଭିଲିଅନକୁ ଫେରିଯାଇଥିଲେ।

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ୍ ପାଳି ଆରମ୍ଭ କରିଥିଲେ। ରୋହିତ ୫୩ ରନ ଓ ଗିଲ୍ ୧୯ ରନ ଏବଂ ବିରାଟ ମାତ୍ର ୩ ରନ କରି ଆଉଟ ହୋଇଥିଲେ । ତେବେ ଈଶାନ କିଷନ ଓ କେ.ଏଲ. ରାହୁଲ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ରାହୁଲ ୩୯ ରନ ଓ କିଷନ ୩୩ ରନ କରିଥିଲେ। ଶେଷ ବେଳକୁ ଅକ୍ଷର ପଟେଲ ଧୈର୍ଯ୍ୟର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୨୧୩ ପହଞ୍ଚାଇଥିଲେ। ସେ ୨୬ ରନ କରି ଶେଷ ଓଭରରେ ଆଉଟ ହୋଇଥିଲେ।
ଶ୍ରୀଲଙ୍କା ପକ୍ଷରୁ ଦୁନିଥ୍ ଓ୍ବାଲାଙ୍ଗେ ୫ଟି ୱିକେଟ ନେଇଥିବାବେଳେ ଚରିଥ୍ ଅସଲଙ୍କା ୪ଟି ୱିକେଟ ନେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories