www.samajalive.in
Friday, December 12, 2025
14.1 C
Bhubaneswar

୧୦ଟି ପୃଥକ ସ୍ଥାନରୁ ଚୋରି ଘଟଣା: ୩ ଗିରଫ

ଗୁଣୁପୁର: ରାୟଗଡା ଜିଲ୍ଲା ଗୁଣୁପୁର, ପଦ୍ମପୁର, ରାମନାଗୁଡା ଏହି ତିନୋଟି ଥାନା ଅନ୍ତର୍ଗତ ୧୦ଟି ଚୋରି ଘଟଣାର ପର୍ଦ୍ଦାଫାସ କଲା ଗୁଣୁପୁର ପୁଲିସ। ୨୭ଟି ଚୋରି ସାମଗ୍ରୀ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଚୋରି ସାମଗ୍ରୀ ମଧ୍ୟରେ ଏଲଇଡି ଟିଭି, ବଡ ପାଣି ମଟର, ଚାରିଚକିଆ ଗାଡିଗୁଡିକର ଚକ, ଇନଭର୍ଟର ଓ ଚାରିଚରକିଆ ଗାଡ଼ିର ବ୍ୟାଟେରୀ ରହିଛି। ଗିରଫ ତିନି ଅଭିଯୁକ୍ତ ଚିନାସାରି ପଞ୍ଚାୟତର ପଡଇକୁଲ ଗ୍ରାମର ଦିଲିପ ଶବର, ଉଦୟ ଶବର, ନୌସା ଶବର ବୋଲି ଜଣାପଡିଛି। ଏମାନଙ୍କର ଆଉ କିଛି ଚୋରି ଘଟଣା ସହ ସମ୍ପର୍କ ରହିଛି କି ନାହିଁ ପୁଲିସ ତା’ର ତଦନ୍ତ ଜାରି ରଖିଛି। ଚୋରିରେ ବ୍ୟବହାର କରିଥିବା ଗୋଟିଏ କାର, ତିନୋଟି ବାଇକ ମଧ୍ୟ ଜବତ କରିଛି ପୁଲିସ।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories