ବିଚ୍ଛିନ୍ନବାଦୀ ନେତା ଆସିୟାଙ୍କୁ ଦିଲ୍ଲୀ ଆଣିଲା ଏନଆଇଏ
ନୂଆଦିଲ୍ଲୀ: ଜମ୍ମୁ- କାଶ୍ମୀର ବିଚ୍ଛିନ୍ନବାଦୀ ନେତ୍ରୀ ତଥା ଦୁଖରାତ ଏ ମିଲନର ମୁଖ୍ୟ ଆସିୟା ଅନ୍ଦ୍ରାବୀଙ୍କୁ ରାଷ୍ଟ୍ରୀୟ ଜାଞ୍ଚ ଏଜେନ୍ସି(ଏନଆଇଏ) ଗିରଫ କରିଛି। ଆସିୟାଙ୍କ ସହ ତାଙ୍କ ସହଯୋଗୀ ନାହିଦା ନସରିନ୍ ଓ ସୋଫି ଫହମିଦାଙ୍କୁ ମଧ୍ୟ ଏନଆଇଏ ଗିରଫ କରିଛି। ତିନି ପାକିସ୍ତାନ ପ୍ରେମୀ ବିଚ୍ଛିନ୍ନବାଦୀ ନେତ୍ରୀଙ୍କୁ କାଶ୍ମୀର ଜେଲରୁ ଦିଲ୍ଲୀ ଆଣିଛନ୍ତି। ସେମାନଙ୍କ ସ୍ପେସାଲ ଏନଆଇଏ କୋର୍ଟରେ ହାଜର କରାଯିବ। ଦେଶ ବିରୋଧରେ ଯୁଦ୍ଧ ଘୋଷଣା କରିବା ଓ ରାଜଦ୍ରୋହ ଅପରାଧରେ ଏହି ତିନିଜଣଙ୍କୁ ଗିରଫ କରାଯାଇଛି। ଚଳିତ ବର୍ଷ ମେ ମାସରେ ଆସିୟା ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। କାଶ୍ମୀରରେ ଆତଙ୍କବାଦୀଙ୍କୁ ଟଙ୍କା ଯୋଗାଇବାଠାରୁ ଆରମ୍ଭ କରି ପଥର ଫିଙ୍ଗାଳି ମହିଳାଙ୍କୁ ପ୍ରବତ୍ତାଇବା ଓ ନାକାରାତ୍ମକ ଭାଷଣ ଦେବା ପରି ଅଭିଯୋଗରେ ଏନଆଇଏ ତାଙ୍କୁ ଗିରଫ କରିଛି।