କଣ୍ଟାବାଞ୍ଜି/ବଙ୍ଗୋମୁଣ୍ଡା: କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବିଜେଡି ବିଧାୟକ ପ୍ରାର୍ଥୀ ଅଜୟ ଦାସ ରବିବାର ବଙ୍ଗୋମୁଣ୍ଡା ବ୍ଲକର ଯୋରାବନ୍ଧ ପଞ୍ଚାୟତ ତାଳଚୁକେଲ ଗାଁରେ ଆଶୀର୍ବାଦ ଭିକ୍ଷା ପଦଯାତ୍ରା କରିଛନ୍ତି। ପଦଯାତ୍ରାରେ ସାମିଲ ହୋଇ ଶତାଧିକ ଗୁରୁଜନଙ୍କଠାରୁ ଆଶୀର୍ବାଦ ନେବାସହ ଯଥାଶକ୍ତି ଦାନ ଗ୍ରହଣ କରିଥିଲେ। ଗାଁରେ ମହିଳାମାନେ ଦାସଙ୍କୁ ବନ୍ଦାପନା, ପୁଷ୍ପମାଲ୍ୟ ଅର୍ପଣ ପରେ କୀର୍ତ୍ତନ ମଣ୍ଡଳୀ ସହ ଏକ ଶୋଭାଯାତ୍ରାରେ ଗାଁ ବୁଲାଇଥିଲେ। ଦାସଙ୍କ ଏହି ଆଶୀର୍ବାଦ ଭିକ୍ଷା ଯାତ୍ରା ଗତ ମାର୍ଚ୍ଚ ମାସ ୨୪ତାରିଖରୁ ଆରମ୍ଭ ହୋଇ ଆଜି ୧୪ ଦିନରେ ପହଞ୍ଚିଛି।
Popular Categories



