ଆଶାରାମଜୀ ବାପୁଙ୍କର ଅବସ୍ଥା ଗମ୍ଭୀର, କାରାଗାରୁ ମୁକ୍ତି ପାଇଁ ରାଷ୍ଟ୍ରପତିଙ୍କୁ ନିବେଦନ
ଭୁବନେଶ୍ବର: ଶ୍ରୀ ଯୋଗ ବେଦାନ୍ତ ସମିତି ସନ୍ଥ ଆଶାରାମଜୀ ବାପୁଙ୍କୁ ତାଙ୍କର ଇଚ୍ଛା ଅନୁସାରେ ଚିକିତ୍ସା ସୁବିଧା ଉପଲବ୍ଧ କରିବା ଏବଂ ତାଙ୍କୁ ଶୀଘ୍ର ମୁକ୍ତି ପାଇଁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଜରିଆରେ ନିବେଦନ କରାଯାଇଛି। ଯୋଗ ବେଦାନ୍ତ ସେବା ସମିତିର ପ୍ରବକ୍ତା ଶୈଳେନ୍ଦ୍ର ନାରାୟଣ ସୋନପତି କହିଛନ୍ତି ଯେ ମିଥ୍ୟା ଆରୋପରେ ସନ୍ଥଙ୍କୁ ଯୋଧପୁର କାରାଗୃହରେ ରଖାଯାଇଛି । ୮୬ବର୍ଷର ସନ୍ଥ ଆଶାରାମଜୀ ବାପୁଙ୍କର ସ୍ୱାସ୍ଥ୍ୟର ସ୍ଥିତି ଅତ୍ୟନ୍ତ ଗମ୍ଭୀର ଅଟେ ।
କାରାଗୃହ ଯିବା ପୂର୍ବରୁ ୭୪ବର୍ଷ ବୟସରେ ଅତିବ୍ୟସ୍ତ ଜୀବନଶୈଳୀ ଥିଲେ ମଧ୍ୟ ବାପୁଜୀଙ୍କୁ କେବଳ ଟ୍ରାଇଜେମିନଲ ନିୟୁରଲିଜିୟା ଓ ପିଠି ବ୍ୟଥା ସମସ୍ୟା ଥିଲା । ୮୬ ବର୍ଷରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ତାଙ୍କୁ ହୃଦ୍ରୋଗ, ପୌରୁଷ ଗ୍ରନ୍ଥିର ବୃଦ୍ଧି, ସନ୍ଧିବାତ ଓ ରକ୍ତ ହୀନତା ଇତ୍ୟାଦି ନୂଆ ରୋଗ ଆକ୍ରାନ୍ତ କରିଛି। ଆଶାରମଜୀ ବାପୁ ୧୩ ଜାନୁୟାରୀ ରୁ ୬ ଫେବୃୟାରୀ ୨୦୨୪ ପର୍ଯ୍ୟନ୍ତ ଯୋଧପୁର ଏମସ୍ ହସ୍ପିଟାଲରେ କାର୍ଡିଆକ ଆଇସିୟୁ ରେ ଭର୍ତ୍ତି ହେଇଥିଲେ । ଏମସର ରିପୋର୍ଟ ଅନୁସାରେ ତାଙ୍କର ହୃଦୟର ୩ ଗମ୍ଭୀର (୯୯%, ୯୦% ଓ ୭୫%) ବ୍ଳକେଜ ଅଛି । ବାପୁଜୀଙ୍କର ସବୁବେଳେ ରକ୍ତସ୍ରାବ ହେଉଛି ଏଥିପାଇଁ ତାଙ୍କର ହେମୋଗ୍ଲୋବିନର ସ୍ତର ସବୁବେଳେ ନିମ୍ନଗାମୀ ହେଉଛି ।
ତାଙ୍କର ଗମ୍ଭୀର ଶାରିରୀକ ଅବସ୍ଥା ଦେଖି ଏବେ ପେରୋଲର ପ୍ରାର୍ଥନା କରଯାଇଥିଲା ଯେଉଁଥିରେ ତାଙ୍କର ରୋଗର ଭୟାନକତା କୁ ଉପେକ୍ଷା କରି ରଦ୍ଧ କରିଦିଆଗଲା ।ଆଶାରାମଜୀ ବାପୁ ନିଜର ସାରା ଜୀବନ ସନାତନ ଧର୍ମର ପ୍ରଚାର-ପ୍ରସାରରେ, ରାଷ୍ଟ୍ରର ଉତଥାନ ନିମନ୍ତେ ଲଗାଇଛନ୍ତି, ତାଙ୍କର ଅନେକ ବିଭିନ୍ନ ଲୋକହିତକାରୀ ସେବାକର୍ଯ୍ୟର ଦ୍ବାରା କୌଣସି ପ୍ରକାର ମତ, ପଥ,ସମ୍ପ୍ରଦାୟର ଭେଦଭାବ ର ବିନା କୋଟି କୋଟି ଜନସାଧାରଣ ଲାଭାନ୍ବିତ ହୋଇଛନ୍ତି । ତଥାପି, ମଧ୍ୟ ଆଜି ତାଙ୍କର ସ୍ୱାସ୍ଥ୍ୟର ଏତେ ଗମ୍ଭୀର ସ୍ଥିତିରେ ତାଙ୍କୁ ଅନୁକୂଳ, ଉତ୍ତମ ଓ ତ୍ବରିତ ଉପଚାର ନିମନ୍ତେ କୌଣସି ପ୍ରକାରର ସୁବିଧା ସୁଯୋଗ ମିଳିପାରୁ ନାହିଁ । ଶ୍ରୀ ଯୋଗବେଦାନ୍ତ ସେବା ସମିତି ଏବଂ ସମସ୍ତ ସାଧକ ପରିବାର, ନାରୀ ସଂଗଠନ ଏବଂଅନେକ ହିନ୍ଦୁ ସଂଗଠନଙ୍କ ଦ୍ୱାରା ଏହି ପ୍ରାର୍ଥନା କରାଯାଇଛି କି ପୂଜ୍ୟ ବାପୁଜୀଙ୍କୁ ତାଙ୍କର ଇଚ୍ଛାନୁସାରେ ଯଥୋଚିତ ସ୍ଥାନରେ
ଚିକିତ୍ସା-ପଦ୍ଧତି ଦ୍ବାରା ଉପଚାର ନିମନ୍ତେ ଶୀଘ୍ର ସୁବିଧାସୁଯୋଗ ଦେବା ଉଚିତ୍ । ତାଙ୍କର ମାନବାଧିକାର ର ସୁରକ୍ଷା କରି ଓ ୮୬ ବର୍ଷର ବୟସ ଏବଂ ବୃଦ୍ଧାବସ୍ଥାକୁ ଦେଖି ସସମ୍ମାନ ମୁକ୍ତି ନିମନ୍ତେ ଯୋଗ୍ୟ ସ୍ତରରେ ଉଚିତ୍ କାର୍ଯ୍ୟକାରୀ କରାଯାଉ।
Comments are closed.