ଆଶାରାମଙ୍କ ପୁଅ ବିରୋଧରେ ଅଭିଯୋଗଫର୍ଦ

0

ଅହମଦାବାଦ : ବଳାତ୍କାର ଅଭିଯୁକ୍ତ ଆତ୍ମ ଘୋଷିତ ଅଧ୍ୟାତ୍ମ ଗୁରୁ ଆଶାରାମ ବାପୁଙ୍କ ପୁଅ ନାରାୟଣ ସାଇଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ବୁଧବାର ଅଭିଯୋଗଫର୍ଦ ଦାଖଲ କରିଛି। ବେଆଇନ ଅର୍ଥ ହେରଫେର ଅଭିଯୋଗକୁ ନେଇ ଅହମଦାବାଦ କୋର୍ଟରେ ଏହି ଅଭିଯୋଗଫର୍ଦ ଦାଖଲ ହୋଇଛି। ଅଭିଯୋଗଫର୍ଦ ଅନୁଯାୟୀ ନାରାୟଣ ସାଇ ପୁଲିସ ଅଧିକାରୀ, ନ୍ୟାୟପାଳିକା ଅଧିକାର ଓ ଡାକ୍ତରଙ୍କୁ ଲାଞ୍ଚ ଦେଇ ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲେ। ବଳାତ୍କାର ମାମଲାରୁ ବଞ୍ଚିବା ଉଦ୍ଦେଶ୍ୟରେ ସେ ଏହି ଅଧିକାରୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲେ। ଏ ନେଇ ସୁରତ ପୁଲିସ ନାରାୟଣ ସାଇ ଓ ଅନ୍ୟ ୭ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏପରି କି ପୁଲିସ ନାରାୟଣ ସାଇଙ୍କ ଜଣେ ସହଯୋଗୀଙ୍କ ଠାରୁ ୧କୋଟି ଟଙ୍କା ଓ ଅନ୍ୟ ଜଣଙ୍କ ଠାରୁ ୭କୋଟି ଟଙ୍କା ଜବତ କରିଥିଲା।

kalyan agarbati
Leave A Reply