www.samajalive.in
Saturday, December 6, 2025
14.1 C
Bhubaneswar

ବିହାର ପରେ ଏବେ ସାରା ଦେଶରେ ହେବ ଏସଆଇଆର, ନିର୍ବାଚନ କମିଶନଙ୍କ ବଡ ଘୋଷଣା

ସମାଜ ଡିଜିଟାଲ ଡେସ୍କ: ବିହାରରେ ଭୋଟର ତାଲିକାର ସ୍ୱତନ୍ତ୍ର ପୁଙ୍ଖାନୁପୁଙ୍ଖ ସଂଶୋଧନକୁ ନେଇ ବିବାଦ ସମାପନ ହୋଇନଥିବା ବେଳେ ଏବେ ନିର୍ବାଚନ କମିଶନ ସାରା ଦେଶରରେ ଏସ୍‍ଆଇଆର୍‍ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବିରୋଧୀ ଦଳ ଦୁଇ ଦିନ ଧରି ଏସ୍‍ଆଇଆର୍‍ ଉପରେ ସଂସଦରେ ହଙ୍ଗାମା କରୁଥିବା ବେଳେ ଏପରି ସ୍ଥିତିରେ ନିର୍ବାଚନ କମିଶନଙ୍କ ଏପରି ନିଷ୍ପତ୍ତି ଆଶ୍ଚର୍ଯ୍ୟଜନକ ହୋଇଛି । ତେବେ କମିଶନ କହିଛନ୍ତି ଯେ ଦେଶର ଅନ୍ୟ ଭାଗରେ ଏସ୍‍ଆଇଆର୍‍ ପାଇଁ କାର୍ଯ୍ୟଖସଡା ଯଥାଶୀଘ୍ର ପ୍ରକାଶ କରାଯିବ ।
ନିର୍ବାଚନ କମିଶନ କହିଛନ୍ତି ଯେ ଭୋଟର ପଞ୍ଜିକରଣ ନିୟମ ୧୯୬୦ ଅନୁଯାୟୀ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ ନିର୍ବାଚନ ଯନ୍ତ୍ରପାତି, ଯୋଗ୍ୟତା ସର୍ତ୍ତାବଳୀ, ପଦ୍ଧତି ଏବଂ ପ୍ରକ୍ରିୟା ବର୍ଣ୍ଣନା କରାଯାଇଛି । ସମ୍ବିଧାନର ଧାରା ୩୨୪ ଏବଂ ଜନପ୍ରତିନିଧି ଆଇନ ୧୯୫୦ ସଂସଦ ଏବଂ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ଏବଂ ପରିଚାଳନାର ତଦାରଖ, ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣ ନିର୍ବାଚନ କମିଶନଙ୍କୁ ପ୍ରଦାନ କରେ । ଜନପ୍ରତିନିଧି ଆଇନ ୧୯୫୦ର ଧାରା ୨୧ ଅନୁଯାୟୀ କମିଶନଙ୍କ ଭୋଟର ତାଲିକାର ଏକ ସ୍ୱତନ୍ତ୍ର ପୁଙ୍ଖାନୁପୁଙ୍ଖ ସଂଶୋଧନକୁ ନିର୍ଦ୍ଦେଶ ଦେବାର ଅଧିକାର ରହିଛି । ଏଥିରେ କମିଶନ ଏକ ନୂତନ ଭୋଟର ତାଲିକା ପ୍ରସ୍ତୁତ କରିପାରିବେ । ଭୋଟର ତାଲିକାର ଶେଷ ସଂଶୋଧନ ୨୦୦୪ ମସିହାରେ କରାଯାଇଥିଲା । କମିଶନ କହିଛନ୍ତି ଯେ ପୂର୍ବରୁ ବିହାରରେ ୨୦୦୩ରେ ସଂଶୋଧନ ହୋଇଥିଲା ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories