ନୂଆଦିଲ୍ଲୀ : କେନ୍ଦ୍ରସରକାର ଶୁକ୍ରବାର ନେଇଛନ୍ତି ଏକ ବଡ ନିଷ୍ପତ୍ତି । ଦେଶରେ ପ୍ରାୟ ୨୫ ଓଟିଟି ପ୍ଲାର୍ଟଫର୍ମକୁ ସରକାର ବ୍ୟାନ୍ କରିଛନ୍ତି । ଏହି ୨୫ ମୋବାଇଲ୍ ଆପ୍ ଉପରେ ଅଶ୍ଳୀଳ କଣ୍ଟେଣ୍ଟ ଦେଉଥିବା ନେଇ ଅଭିଯୋଗ ହୋଇଛି । ଫଳରେ ସରକାର ଏହି ୨୫ଟି ଭିଡିଓ ପ୍ଲାର୍ଟଫର୍ମକୁ ବ୍ୟାନ୍ କରିଛନ୍ତି । ଅଶ୍ଳୀଳ କଣ୍ଟେଣ୍ଟ ଦେଉଥିବା ଅଭିଯୋଗ ପରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଣଳୟ ଏହି ଆପ୍କୁ ତୁରନ୍ତ ବ୍ୟାନ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଇଣ୍ଟରନେଟ୍ ସେବା ପ୍ରଦାନକାରୀ (ଆଇଏସପି)ମାନଙ୍କୁ ସରକାରୀ ନିର୍ଦ୍ଦେଶର ଏକ କପି ପଠାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି। ନିର୍ଦ୍ଦେଶ ଉଲ୍ଲଂଘନ ହେଲେ ସରକାର ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଚେତାବନୀ ଦେଇଛନ୍ତି।
କେନ୍ଦ୍ର ସରକାର ବେଆଇନ, ଅଶ୍ଳୀଳ ଏବଂ ଆପତ୍ତିଜନକ ଡିଜିଟାଲ ବିଷୟବସ୍ତୁ ବିରୁଦ୍ଧରେ ବୋଲି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ନିର୍ଦ୍ଦେଶରେ କୁହାଯାଇଛି । ଏପରି ବିଷୟବସ୍ତୁ ପରିବେଷଣ କରୁଥିବା ମୋବାଇଲ୍ ଆପ୍ର ଏକ ତାଲିକା ସରକାର ପ୍ରସ୍ତୁତ କରିବା ସହ ସେଗୁଡିକୁ ବ୍ୟାନ୍ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି । ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ ୨୦୦୦(ଆଇଟି ଆଇନ୨୦୦୦) ଏବଂ ଆଇଟି ଆଇନ ୨୦୨୧ ଅନୁଯାୟୀ ୨୫ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ସରକାରୀ ନିର୍ଦ୍ଦେଶ ଅନୁସାରେ କୁହାଯାଇଛି ଯେ, ୨୫ ଆପ୍ ଓ ୱେବସାଇଟ୍କୁ ଆଇଟି ଆଇନର ଆଧାରରେ ଧାରା ୬୭ ଓ ୬୭ଏ, ଭାରତୀୟ ନ୍ୟାୟ ସଂହିତା ୨୦୨୩ର ଧାରା ୨୯୪ ଓ ମହିଳା ଅଶ୍ଳୀଳ ଚିତ୍ରଣ ନିଷେଧ ଅଧିନିୟମ ୧୯୮୬ର ଧାରା ୪ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଛି । ଯଦି କୌଣସି ଇଣ୍ଟରନେଟ୍ ସେବା ପ୍ରଦାନକାରୀ ସରକାରଙ୍କ ଆଦେଶକୁ ଉଲ୍ଲଂଘନ କଲେ, ଆଇଟି ଆଇନର ଧାରା ୭୯(୧) ଅନୁଯାୟୀ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ALTT,ULLU, Big Shots App, Desiflix, Boomex, Navarasa lite, gulab app, kangan app, bull app, jalva app, wow entertainment, look entertainment, hitprime, feneo, showx, sol talkies, adda tv, hotxvip,hulchul app, moodx, neonxvip, fugi,mojflix, triflicks



