www.samajalive.in
Saturday, December 6, 2025
23.1 C
Bhubaneswar

ଅଗଷ୍ଟରେ ୩ ଥର କରିବେ ସୂର୍ଯ୍ୟ ଚଳନ; ଚୁଟ୍‌କିରେ ବଦଳିଯିବ ଏହି ରାଶିଙ୍କ ଭାଗ୍ୟ, ମିଳିବ ଗୋଟିଏ ପରେ ଗୋଟିଏ ସଫଳତା, ହେବେ ଧନୀ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଙ୍କ ରାଜା ସୂର୍ଯ୍ୟଦେବତା ପ୍ରତ୍ୟେକ ମାସରେ ରାଶି ପରିବର୍ତ୍ତନ କରି ଥାନ୍ତି । ଏହାସହ ୧୨ ମାସରେ ସମ୍ପୂର୍ଣ୍ଣ ରାଶି ଚକ୍ର ପୂରଣ କରି ଥାନ୍ତି । ମାତ୍ର କେତେକ ସମୟରେ ନକ୍ଷତ୍ର ମଧ୍ୟ ପରିବର୍ତ୍ତନ କରି ଥାନ୍ତି । ଅଗଷ୍ଟରେ ସୂର୍ଯ୍ୟଙ୍କ ସ୍ଥିତିରେ ଗୋଟିଏ କିମ୍ବା ୨ ଥର ନୁହେଁ ବରଂ ୩ ଥର ରାଶି ପରିବର୍ତ୍ତନ କରିବେ ।
ସୂର୍ଯ୍ୟଦେବତା ୩ ଅଗଷ୍ଟରେ ପ୍ରଥମେ ନକ୍ଷତ୍ର ପରିବର୍ତ୍ତନ କରିବେ । ଏହାପରେ ୧୭ ଅଗଷ୍ଟରେ ରାଶି ପରିବର୍ତ୍ତନ କରି ସିଂହ ରାଶିରେ ପ୍ରବେଶ କରିବେ । ପୁଣି ୩୦ ଅଗଷ୍ଟରେ ପୂର୍ବା ଫାଲ୍‌ଗୁଣୀ ନକ୍ଷତ୍ରରେ ପ୍ରବେଶ କରିବେ । ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷ ଭାଗ୍ୟଶାଳୀ ହେବେ..

ବୃଷ- ଏହି ରାଶିଙ୍କ ପାଇଁ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଦ୍ୱାରା ମାନ-ସମ୍ମାନ, ପଦ-ପ୍ରତିଷ୍ଠା ବୃଦ୍ଧି ହେବ । ଧନ-ସମ୍ପତ୍ତି ସହ ଉଚ୍ଚ ପଦ ପ୍ରାପ୍ତି ହେବ । କର୍ମକ୍ଷେତ୍ରରେ ଶୁଭଫଳ ମିଳିବ । ଆର୍ଥିକ କ୍ଷେତ୍ରରେ ଲାଭବାନ୍‌ ହେବେ । ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ ।

- Advertisement -

ସିଂହ- ଏହି ରାଶିଙ୍କୁ ମଧ୍ୟ ଖୁବ୍‌ ଲାଭ ମିଳିବ । ବଡ ସମସ୍ୟା ଦୂର ହେବ । ଆତ୍ମବିଶ୍ୱାସ ବୃଦ୍ଧି ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ଲୋକପ୍ରିୟତା ବୃଦ୍ଧି ହେବ ।

ତୁଳା- ଏହି ରାଶିଙ୍କ ଆୟରେ ବୃଦ୍ଧି ହେବ । ଧନ ସମ୍ପତ୍ତି ବୃଦ୍ଧି ହେବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ଧନ ମିଳିବ । ଚିନ୍ତା ଦୂର ହେବ ।

ବିଛା- ପୁରୁଣା ସମସ୍ୟା ଦୂର ହେବ । କର୍ମକ୍ଷେତ୍ରରେ ଶୁଭଫଳ ମିଳିବ । ବ୍ୟବସାୟୀ ଲାଭବାନ୍‌ ହେବେ । ଦୀର୍ଘ ଦିନରୁ ଲାଗି ରହିଥିବା କାମରେ ସଫଳତା ମିଳିବ ।

ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍‌

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories