ମାଜ ଡିଜିଟାଲ ଡେସ୍କ: ଖେଳଛୁଟିରେ ବିଦ୍ୟାଳୟର ୪ର୍ଥ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଜଣେ ୧୦ମ ଶ୍ରେଣୀ ଛାତ୍ରୀ। ଗୁଜରାଟର ଅହମ୍ମଦାବାଦ ଅନ୍ତର୍ଗତ ନବରଙ୍ଗପୁରାସ୍ଥିତ ଲଳିତ ସ୍କୁଲରେ ଗୁରୁବାର ଅପରାହ୍ନରେ ଏହି ଘଟଣା ଘଟିଛି।
୧୬ ବର୍ଷୀୟା ଏହି ଛାତ୍ରୀ ଜଣକ ଗତ ୫ ବର୍ଷ ହେବ ଏହି ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। ଗୁରୁବାର ଅପରାହ୍ନରେ ଖେଳଛୁଟି ହେବାରୁ ଅନ୍ୟ ସହପାଠୀମାନଙ୍କ ସହିତ ଶ୍ରେଣୀଗୃହରୁ ବାହାରକୁ ଆସିଥିଲେ। ୪ର୍ଥ ମହଲାରେ ତାଙ୍କ ଶ୍ରେଣୀଗୃହ ଥିଲା। ବାହାରକୁ ଆସିବା ପରେ ହଠାତ ସେ ତଳକୁ ଡେଇଁ ପଡ଼ଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଛାତ୍ରୀଙ୍କ ଏଭଳି ପଦକ୍ଷେପ ପଛର କାରଣ ଜଣାପଡ଼ି ନାହିଁ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ଘଟଣାର ତଦନ୍ତ ଚଳାଇଛି।



