www.samajalive.in
Sunday, December 7, 2025
14.1 C
Bhubaneswar

୩୦ରେ ଉତ୍‌କ୍ଷେପଣ ହେବ ‘ନିସାର’ ଉପଗ୍ରହ

ନୂଆଦିଲ୍ଲୀ,୨୪ା୭: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଓ ଆମେରିକାର ନ୍ୟାସନାଲ ଏରୋନେଟିକ୍ ଆଣ୍ଡ ସ୍ପେସ୍‌ ଆଡମିନିଷ୍ଟ୍ରେସନ (ନାସା) ମିଳିତ ଭାବେ ‘ନିସାର’ ନାମରେ ଏକ ଉପଗ୍ରହ ଉତ୍‌କ୍ଷେପଣ କରିବାକୁ ଯାଉଛନ୍ତି। ଇସ୍ରୋ ଓ ନାସା ଉତ୍‌କ୍ଷେପଣ କରିବାକୁ ଯାଉଥିବା ଏହି ଉପଗ୍ରହ ପୃଥିବୀ ଉପରେ ଅଧିକ ଗବେଷଣା ଓ ଅନୁଧ୍ୟାନ କରିବ। ଯାହା ଦୁଇ ଦେଶର ସବୁଠାରୁ ବଡ ମିଳିତ ପୃଥିବୀ ବିଜ୍ଞାନ ଅଭିଯାନ ହେବ। ଜୁଲାଇ ୩୦ରେ ଆନ୍ଧ୍ରପ୍ରଦେଶର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏହି ଉପଗ୍ରହକୁ ଉତ୍‌କ୍ଷେପଣ କରାଯିବ। ଆନ୍ତର୍ଜାତିକ ମହାକାଶ ଷ୍ଟେସନକୁ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କୁ ଇସ୍ରୋ ଓ ନାସା ମିଳିତ ପ୍ରୟାସ କ୍ରମେ ପଠାଯିବା ପରେ ଏବେ ଦୁଇଦେଶ ମହାକାଶ ଗବେଷଣା କ୍ଷେତ୍ରରେ ହାତ ମିଳାଇଛନ୍ତି। ନିସାର ଉପଗ୍ରହର ଓଜନ ୨୩୯୨ କିଲୋ ହୋଇଥିବାବେଳେ ଏହାକୁ ତିଆରି ପାଇଁ ୧୩୦କୋଟି ଡଲାର ଖର୍ଚ୍ଚ ହୋଇଛି। ଏଥିରେ ଦୁଇ ଦେଶର ୫୦% ଲେଖାଏଁ ଅଂଶ ରହିଛି। ଏହି ଉପଗ୍ରହ ସମଗ୍ର ପୃଥିବୀ ଗ୍ରହକୁ ଅନୁଧ୍ୟାନ କରିବା ପୂର୍ବକ ପାଣିପାଗ, ପୃଥିବୀ ପୃଷ୍ଠରେ ହେଉଥିବା ପରିବର୍ତ୍ତନ, ହିମଖଣ୍ଡର ପ୍ରବାହ ଓ ବିଭିନ୍ନ ଅଞ୍ଚଳରେ ହେଉଥିବା ଦିନ ରାତିର ତଥ୍ୟ ପ୍ରଦାନ କରିବ। ଏପରି କି ପୃଥିବୀ ବିଶାଳ ଜଳଭାଗରେ ହେଉଥିବା ବିଭିନ୍ନ ପ୍ରକାର ପ୍ରାକୃତିକ ପରିବର୍ତ୍ତନ ଉପରେ ଏହା ଅନୁଧ୍ୟାନ ପୂର୍ବକ ବିଭିନ୍ନ ତଥ୍ୟ ପ୍ରଦାନ କରିବ। ଯାହା ଦୁଇଦେଶର ଗୁରୁତ୍ବପୂର୍ଣ୍ଣ ନୀତି ନିର୍ଦ୍ଧାରଣରେ ମଧ୍ୟ ସହାୟକ ହେବ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories