ଅଯୋଧ୍ୟାରେ ପହଂଚିଲେ ସିରିଏଲର ରାମ ଓ ସୀତା
ଡେସ୍କ: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ତାରିଖ ପାଖେଇ ଆସୁଥିବାର ଜଣଙ୍କ ପରେ ଜଣେ ଅତିଥି ଅଯୋଧ୍ୟାରେ ପହଂଚୁଛନ୍ତି। ବିଭିନ୍ନ ପ୍ରାନ୍ତରୁ ସାଧୁ ସନ୍ଥ ଓ ଶ୍ରଦ୍ଧାଳୁ ମାନେ ଅଯୋଧ୍ୟା ଆସୁଥିବା ବେଳେ ରାମାୟଣ ସିରିଏଲରେ ରାମ, ଲକ୍ଷବଚ୍ଚ ଓ ସୀତା ଭୂମିକାରେ ଅଭିନୟ କରିଥିବା କଳାକାର ମଧ୍ୟ ପହଂଚି ସାରିଛନ୍ତି। ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ, ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖଲିୟା ଓ ଲକ୍ଷବଚ୍ଚ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲହରି ଅଯୋଧ୍ୟାରେ ପହଂଚିବା ପରେ ଲୋକମାନେ ତାଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ। ଏହି ମନ୍ଦିର ସାରା ବିଶ୍ୱକୁ ପ୍ରେରଣା ଦେବ। କୋଟଇ କୋଟି ହିନ୍ଦୁଙ୍କ ଆସ୍ଥାର କେନ୍ଦ୍ର ପାଲଟିବ ବୋଲି ଅଭିନେତା ମାନେ କହିଛନ୍ତି।
Comments are closed.