ଭୋପାଳ: ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତାବାଘର ମୃତ୍ୟୁ ହୋଇଛି। ମୃତ ଚିତାବାଘର ନାମ ହେଉଛି ସୌର୍ଯ୍ୟ। ଚିତାବାଘ ପ୍ରକଳ୍ପର ନିର୍ଦେଶକ କହିବା ମୂତାବକ ମଙ୍ଗଳବାର ଅପରାହ୍ଣ ପ୍ରାୟ ୩ଟାରେ ସୌର୍ଯ୍ୟର ମୃତ୍ୟୁ ହୋଇଥିଲା। ଶବ ବ୍ୟବଚ୍ଛେଦ ପରେ ବାଘ ମୃତ୍ୟୁର କାରଣ ଜଣାପଡିବ। ଏଥିସହିତ ନାମ୍ବିଆରୁ ଅଣାଯାଇଥିବା ୨୦ଟି ଚିତା ବାଘ ମଧ୍ୟରୁ ୭ଟିର ମୃତ୍ୟୁ ହୋଇଛି। ୨୦୨୨ ସେପ୍ଟେମ୍ବରରେ ଭାରତ ସରକାର ନାମ୍ବିଆ ଓ ଦକ୍ଷିଣ ଆଫ୍ରିକାରୁ ୨୦ଟି ଚିତାବାଘ ଆଣି କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ।
Popular Categories


