www.samajalive.in
Saturday, December 6, 2025
17.1 C
Bhubaneswar

ରାମ ମନ୍ଦିର ପ୍ରତିଷ୍ଠା ସମାରୋହରେ ବାଜିବ ଶାସ୍ତ୍ରୀୟ ବାଦ୍ୟଯନ୍ତ୍ର

ଅଯୋଧ୍ୟା: ରାମ ମନ୍ଦିର ପ୍ରତିଷ୍ଠା ସମାରୋହକୁ ହାତରେ ମାତ୍ର ଆଉ କିଛିଟା ଦିନ ବାକି ରହିଛି। ଏ ନେଇ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି । ତେବେ ଏହି ସମାରୋହ କାର୍ଯ୍ୟକ୍ରମ ସମୟରେ ପ୍ରସିଦ୍ଧି ଲାଭ କରିଥିବା ବିଭିନ୍ନ ଶାସ୍ତ୍ରୀୟ ବାଦ୍ୟଯନ୍ତ୍ରଗୁଡିକ ବାଜିବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି। ଏଥିପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ସଙ୍ଗୀତଜ୍ଞଙ୍କୁ ମନୋନୀତ କରାଯାଇଛି ବୋଲି ଟ୍ରଷ୍ଟର ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି।

ଉତ୍ତର ପ୍ରଦେଶରୁ ଢୋଲକ ଓ ବଂଶୀ ବାଦକ ଆସୁଥିବାବେଳେ କର୍ଣ୍ଣାଟକରୁ ବୀଣା ବାଦକ, ମହାରାଷ୍ଟ୍ରରୁ ସୁନ୍ଦରୀ ବାଦକ, ପଞ୍ଜାବରୁ ଅଲ୍‌ଗୋଜା ବାଦକ, ଓଡିଶାରୁ ମର୍ଦଳ ବାଦକ, ମଧ୍ୟପ୍ରଦେଶରୁ ସନ୍ତୁର ବାଦକ, ମଣିପୁରରୁ ପୁଙ୍ଗ ବାଦକ, ଆସାମରୁ ନାଗାଡା ଓ କାଲି ବାଦକ, ଛତିଶଡରୁ ତାମ୍ବୁରା ବାଦକ, ବିହାରୁ ପଖୌଜ ବାଦକ, ଦିଲ୍ଲୀରୁ ସେହନାଇ ବାଦକ, ପଶ୍ଚିମବଙ୍ଗରୁ ଶ୍ରୀଖୋଳ ଓ ସରୋଦ ବାଦକ, ଆନ୍ଧ୍ରପ୍ରଦେଶରୁ ଘଟମ୍‌ ବାଦକ, ଝାଡଖଣ୍ଡରୁ ସୀତାର ବାଦକ, ତାମିଲନାଡୁରୁ ନାଦସ୍ବରମ ଓ ମୃଦଙ୍ଗ ବାଦକ, ଉତ୍ତରାଖଣ୍ଡରୁ ହୁଦ୍‌କା ବାଦକ ଏବଂ ରାଜସ୍ଥାନରୁ ରାବନହାତା ବାଦକଙ୍କୁ ମନୋନୀତ କରାଯାଇଛି। ତେବେ ମନ୍ତ୍ରପାଠ କିମ୍ବା ଭାଷଣ କାର୍ଯ୍ୟକ୍ରମ ଚାଲିଥିବାବେଳେ ଏହି ବାଦ୍ୟଯନ୍ତ୍ର ବାଜିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories