ଚୀନରେ ୨୩ ଛୋଟ ପିଲାଙ୍କୁ ଖାଦ୍ୟରେ ବିଷ ଦେଇଥିବା ଶିକ୍ଷୟତ୍ରୀ ଗିରଫ

ବେଜିଂ .- ଚୀନରେ ଏକ ଅଭାବନୀୟ ଘଟଣା ଘଟିଛି । ବିଦ୍ୟାଳୟର ଜଣେ ଶିକ୍ଷୟତ୍ରୀ ୨୩ ଜଣ ଛୋଟ ପିଲାଙ୍କୁ ବିଷ ଦେଇଥିବା ଘଟଣା ସାମ୍ନାକୁ ଆସିଛି । ବିଦ୍ୟାଳୟରେ ସକାଳେ ଦିଆଯାଉଥିବା ଜଳଖିଆରେ  ଶିକ୍ଷୟତ୍ରୀ ଜଣଙ୍କ ବିଷ ମିଶାଇ ଦେଇଥିଲେ । ଚିନର ଜିଆଓଜୋଉ ସହରରେ ଏହି ଘଟଣା ଘଟିଛି । ଓ୍ୱାଙ୍ଗ ନାମକ ଏହି ଶିକ୍ଷୟତ୍ରୀଙ୍କୁ ପୁଲିସ ଗିରଫ କରିଛି ।

prayash

ଏହି ବିଷଯୁକ୍ତ ଖାଦ୍ୟ ଖାଇବା ପରେ ପିଲାମାନଙ୍କ ବାନ୍ତି ହେବା ସହ ସେମାନଙ୍କର ଚେତା ହରାଇଥିଲେ । ତୁରନ୍ତ ସେମାନଙ୍କୁ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।  ପରେ ଖାଦ୍ୟରେ ସୋଡିୟମ ନାଇଟ୍ରେଟ ମିଶିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଥିଲା। ଚିକିତ୍ସା ପରେ ୨୨ ଜଣ ସୁସ୍ଥ ହୋଇଥିବା ବେଳେ ଜଣେ ଗୁରୁତର ଅଛି । ଏହି ଘଟଣାପରେ ସେଠାରେ ତୀହ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ବିଦ୍ୟାଳୟ ପ୍ରିନସ୍‌ପାଲଙ୍କୁ ସେଠାରୁ ବରଖାସ୍ତ କରାଯାଇଛି ।

kalyan agarbati

Comments are closed.