www.samajalive.in
Sunday, December 14, 2025
23.1 C
Bhubaneswar

ଭାରତର ଏ-ସ୍ୟାଟ ପରୀକ୍ଷଣ, ମହାକାଶରେ ଘୁରିବୁଲୁଛି ସାଟେଲାଇଟର ୪୦୦ଖଣ୍ଡ

ୱାଶିଂଟନ: ଭାରତ ଉପଗ୍ରହ ନିରୋଧୀ ପରୀକ୍ଷଣରେ ନିଜର ଏକ ସାଟେଲାଇଟକୁ ନଷ୍ଟ କରିବା ପ୍ରକ୍ରିୟାକୁ ନାସା ଭୟଙ୍କର ବୋଲି ବର୍ଣ୍ଣନା କରିଛି। ନଷ୍ଟ ହୋଇଥିବା ଉପଗ୍ରହର ୪୦୦ ଖଣ୍ଡ ମହାକାଶରେ ରହିଛି ଯାହା ଆନ୍ତର୍ଜାତିକ ମହାକାଶ କେନ୍ଦ୍ର ପାଇଁ ବିପଦ ବୋଲି ନାସା କହିଛି। ନାସାର ପ୍ରଶାସକ ଜିମ ବ୍ରାଇଡଷ୍ଟାଇନ କହିଛନ୍ତି ଯେ ବର୍ତମାନ ସୁଦ୍ଧା ୬୦ଟି ଟୁକୁଡା ଅଂଶ ଠାବ କରାଯାଇଥିବା ବେଳେ ସେଥିରୁ ୨୪ଖଣ୍ଡ ଟୁକୁଡା ଆନ୍ତର୍ଜାତିକ ମହାକାଶ କେନ୍ଦ୍ରଠାରୁ ଦୂରରେ ରହିଛି।

ସେ କହିଛନ୍ତି, ଏହା ଏତେ ଭୟାନକ ଯେ ନଷ୍ଟ ହୋଇଥିବା ଉପଗ୍ରହର ଖଣ୍ଡବିଖଣ୍ଡିତ ଅଂଶ ଅନେକ ଦୂର ଯାଏଁ ଯାଇଛି ଯାହା ଭବିଷ୍ୟତରେ ମହାକାଶ ଅଭିଯାନ ପାଇଁ ଅନୁକୂଳ ନୁହେଁ। ନଷ୍ଟ ହୋଇଥିବା ଖଣ୍ଡ ଗୁଡିକ ଏତେ ଛୋଟ ଯେ ସବୁ ଖଣ୍ଡଗୁଡିକୁ ଠାବ କରିବା ସମ୍ଭବ ନୁହେଁ ବୋଲି ବ୍ରାଇଡଷ୍ଟାଇନ କହିଛନ୍ତି। ଏହି ପରିସ୍ଥିତି ଏବେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ର ପାଇଁ ୪୪% ଅଧିକ ବିପଦ ସୃଷ୍ଟି କରୁଛି। ତେବେ ସମସ୍ତ ମହାକାଶ ଯାତ୍ରୀ ସୁରକ୍ଷିତ ଥିବା ସେ କହିଛନ୍ତି।

- Advertisement -

ବ୍ରାଇଡଷ୍ଟାଇନ କହିଛନ୍ତି ଯେ ୨୦୦୭ରେ ଚୀନ ଦ୍ୱାରା ଏଭଳି ପରୀକ୍ଷଣ ପରେ ଅନେକ ଖଣ୍ତ ବିଖଣ୍ଡିତ ଅଂଶ ଏବେ ବି ମହାକାଶରେ ରହିଥିବା ବେଳେ, ଭାରତ ନିମ୍ନ କକ୍ଷରେ ପରୀକ୍ଷଣ କରିଥିବାରୁ ଉପଗ୍ରହର ଟୁକୁଡା ଅଂଶ ସମୟକ୍ରମେ ନଷ୍ଟ ହୋଇଯିବ ବୋଲି ସେ କହିଛନ୍ତି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories