www.samajalive.in
Monday, December 8, 2025
14.1 C
Bhubaneswar

ସେନା ସତର୍କ, ଅନୁପ୍ରବେଶ ପାଇଁ ସୀମାରେ ୨୫୦ରୁ ଅଧିକ ଆତଙ୍କବାଦୀ

ଜାମ୍ମୁ କାଶ୍ମୀରରେ ଦିନକୁ ଦିନ ବଦଳୁଥିବା ପରିସ୍ଥିତି ନେଇ ପଡୋଶୀ ପାକିସ୍ତାନ ଚିନ୍ତାରେ ପଡିଯାଇଛି। ସେନାବାହିନୀର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଓ ଭାରତର କଡା ଜବାବ ଯୋଗୁ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ସୀମାନ୍ତରେ କିଛି ଆତଙ୍କବାଦୀ ସଂଗଠନ ଲଞ୍ଚ ପ୍ୟାଡରୁ ଭାରତ ଭିତରକୁ ଆତଙ୍କବାଦୀ ପଠାଇବାକୁ ଅପେକ୍ଷା କରିଛନ୍ତି। ଏହି ଲଞ୍ଚିଂ ପ୍ୟାଡରେ ୨୫୦ରୁ ୩୦୦ ଆତଙ୍କବାଦୀ ଥିବା ଭାରତୀୟ ସେନାକୁ ସୂଚନା ମିଳିଛି। ସୁରକ୍ଷା ସଂସ୍ଥାଗୁଡିକର ଏହି ସୂଚନା ପରେ ସେନା ପକ୍ଷରୁ ନିୟନ୍ତ୍ରଣ ରେଖା ଅଂଚଳରେ ସୁରକ୍ଷା ଓ ପହରା ବ୍ୟବସ୍ଥା କଡାକଡି କରାଯାଇଛି।

ସେଠାରେ ଅବସ୍ଥାପିତ ଜରୁରୀକାଳୀନ ସୁରକ୍ଷା ଅଧିକାରୀ ଜେନେରାଲ ଅଫିସର କମାଣ୍ଡିଂ ମେଜର ଜେନେରାଲ ଏଚ୍ ସାହି କହିଛନ୍ତି ଯେ ୨୫୦-୩୦୦ ଆତଙ୍କବାଦୀ ଲାଇନ୍ ଅଫ୍ କଣ୍ଟ୍ରୋଲ୍ ଦେଇ ଲଞ୍ଚ ପ୍ୟାଡରୁ ଅନୁପ୍ରବେଶ କରିବାକୁ ଅପେକ୍ଷା କରିଛନ୍ତି। ସାହି କହିଛନ୍ତି ଯେ ଏହି ସୂଚନା ମିଳିବ ପରେ ସୁରକ୍ଷା କଡାକଡି କରାଯାଇଛି। ଏହି ଆତଙ୍କବାଦୀମାନେ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିବେ। ଆତଙ୍କବାଦୀଙ୍କ ଅନୁପ୍ରବେଶରେ ପାକିସ୍ତାନୀ ସେନା ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ କରିବ। ଆଗାମୀ ଦିନରେ ଭାରତୀୟ ସେନାର ଦୃଷ୍ଟି ହଟାଇବା ପାଇଁ ପାକିସ୍ଥାନ ପକ୍ଷରୁ ନିୟନ୍ତ୍ରଣ ରେଖାରେ ଗୁଳିଗୋଳା ବର୍ଷଣ ବୃଦ୍ଧି ପାଇବା ସମ୍ଭାବନା ରହିଥିବା ସେ କହିଛନ୍ତି। ପାଗ ବଦଳିବା ଆରମ୍ଭ କରିଥିବାରୁ ଆତଙ୍କବାଦୀମାନେ ମଧ୍ୟ ଏହାର ସମ୍ପୂର୍ଣ୍ଣ ଫାଇଦା ଉଠାଇବା ପାଇଁ ଚେଷ୍ଟା କରିବେ କିନ୍ତୁ ସେ ନିଶ୍ଚିତ କରିଛନ୍ତି ଯେ ଭାରତୀୟ ସେନା ସେମାନଙ୍କୁ ସୀମା ଅତିକ୍ରମ କରିବାକୁ ଦେବ ନାହିଁ। ସେ କହିଛନ୍ତି ଯେ ଚେତାବନୀ ପରେ ସୁରକ୍ଷା ବାହିନୀ ଦ୍ୱାରା ସୀମାକୁ ସମ୍ପୂର୍ଣ୍ଣ ସିଲ୍ କରାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories