କାଶ୍ମୀରରେ ଶାନ୍ତି ପ୍ରତିଷ୍ଠା ହେବ : କେଜରିୱାଲ

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ସହିତ ରାଜ୍ୟର ବିଭାଜନ ପୂର୍ବକ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଗଠନ ନେଇ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ଆମ୍ ଆଦମୀ ପାର୍ଟି (ଆପ୍) ମୁଖ୍ୟ ଅରବିନ୍ଦ କେଜରିୱାଲ ଦୃଢ ସମର୍ଥନ କରିଛନ୍ତି। କେଜରିୱାଲ କହିଛନ୍ତି ଯେ ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ଜାମ୍ମୁ-କାଶ୍ମୀରରେ ଶାନ୍ତି ପ୍ରତିଷ୍ଠା ହେବା ସହ ରାଜ୍ୟର ବିକାଶ ହେବ। ରାଜ୍ୟସଭାରେ ଆପ୍‌ର ୩ ସଦସ୍ୟ ଥିବାବେଳେ ଲୋକସଭାରେ ଜଣେ ସଦସ୍ୟ ଅଛନ୍ତି।

Comments are closed.