ବୈତରଣୀ ନଦୀବନ୍ଧ: ଲଗାଣବର୍ଷାରେ ଧସିଲା ପାଚେରୀ, ମରାମତି କାମ ଅଧାରୁ ବନ୍ଦ

ଆରଡି : ଲଘୁଚାପ ଜନିତ ୪ଦିନ ହେବ ଲଗାଣ ବର୍ଷାରେ ଆରଡି ନିକଟସ୍ଥ ବୋଡକ ନିକଟରେ ବୈତରଣୀକୁ ପୁଣି ଧସିଲା ୨୦ନଂ ଜାତୀୟରାଜପଥର ନିର୍ମାଣଧିନ ସୁରକ୍ଷା ପାଚେରୀ। ଆଖଣ୍ଡଳମଣିଳ କୁଆଖିଆକୁ ସଂଯୋଗ କରୁଥିବା ୨୦ନଂ ଜାତୀୟରାଜପଥ ବୋଡକ ନିକଟରେ ବୈତରଣୀ ନଦୀବନ୍ଧ ସହ ସଂଯୋଗ ହୋଇଛି। ଗତ ୨ମାସ ତଳେ ନଦୀର ଜୁଆର ମାଡରେ ସୁରକ୍ଷାବନ୍ଧ ସହ ଜାତୀୟରାଜପଥର ରାସ୍ତା ପାଖାପାଖି ୨ଶହ ଫୁଟ ନଦୀକୁ ଧସିଯାଇଥିଲା। ଏହାର ଖୁବଶିଘ୍ର ମରାମତି ନିମନ୍ତେ ଉଭୟ ଜଳସେଚନ ବିଭାଗ ଓ ଜାତୀୟରାଜପଥର ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ଅନୁଧ୍ୟାନ କରିବା ସହ ବୈଷୟିକ ଟିମ ପଠାଇ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ଲଗାଣ ବର୍ଷାରେ ନଦୀକୁ ଧସିଯାଇଛି ସୁରକ୍ଷା ପାଚେରୀ। ଫଳରେ ମରାମତି କାମ ଅଧାରୁ ବନ୍ଦ ହୋଇଯାଇଛି।
ସାମ୍ଭବ୍ୟ ବନ୍ୟା ଆସିବା ପୂର୍ବରୁ ଯଦି ରାସ୍ତା ମରାମତି କରାଯିବା ଉଚିତ। ନଦୀବନ୍ଧ ସହ ଏନଏଚ ରାସ୍ତା ସଂଯୋଗ କରିଥିବାରୁ ନଦୀକୂଳ ଲଙ୍ଘିବାର ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ରାସ୍ତା ଧସୁଛି। ତେଣୁ ବର୍ଷା ଛାଡିବା ପରେ ମରାପତି କରାଯିବ ବୋଲି ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପ୍ରକାଶ କରିଛନ୍ତି।

kalyan agarbati

Comments are closed.