www.samajalive.in
Sunday, December 7, 2025
14.1 C
Bhubaneswar

ଆରଡିପୀଠ ଚତୁଃପାର୍ଶ୍ବକୁ ଘେରିଗଲେଣି ଚିଙ୍ଗୁଡି ମାଫିଆ

ଆରଡି (ବାବାଜି ଶଙ୍କର ପାଢୀ) : ଆରଡିରେ ଗାରେଡି ନାହିଁ, ଏହି ପ୍ରବାଦ କାହିଁ କେଉଁ କାଳରୁ ରାଜ୍ୟର ପ୍ରସିଦ୍ଧ ଶୈବକ୍ଷେତ୍ର ଆଖଣ୍ଡଳମଣିଙ୍କ ମନ୍ଦିରରେ ଶୃତି ରହି ଆସିଛି। ଏପରିକି ସର୍ପ ଦଂଶନ ହେଉ କିମ୍ବା କେହି ଦୁରାରୋଗରେ ପୀଡିତ ଥାଉ ମଣିବାବଙ୍କ ପାଦୁକପାଣି ପାନ କଲେ ତାର ବିଷ ହରଣ ହେବା ସହିତ ସମସ୍ତ ରୋଗ ନିବାରଣ ହୋଇଥାଏ ବୋଲି ପୀଠକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କର ବିଶ୍ୱାସ ରହିଛି । ହେଲେ ଏବେ ମନୁଷ୍ୟକୃତ୍ୟ ଯୋଗୁଁ ଦୈନଦିନ ମଣିବାବଙ୍କ ସେବାପୂଜା ନିମନ୍ତେ ବ୍ୟବହୃତ ହେଉଥିବା ଶିବଗଙ୍ଗା ପୁଷ୍କରିଣୀ ଜହର ହେବାକୁ ବସିଛି। କେତେକ ଚିଙ୍ଗୁଡି ମାଫିଆମାନେ ସମଗ୍ର ପୀଠର ଚତଃପାର୍ଶ୍ବରେ ଥିବା ଜଳଜମିକୁ ରାସାୟିନିକ ପ୍ରଦ୍ଦତି ଦ୍ୱାରା ଚିଙ୍ଗୁଡି ଚାଷ କରିବା ପାଇଁ ଅଣ୍ଟା ଭିଡିଛନ୍ତି। ଫଳରେ ବୈତରଣୀ ନଦୀରୁ ଆସୁଥିବା ମଣିବାବାଙ୍କ ଶିବମାହାରା ଏବେ ପ୍ରଦୂଷିତ ହୋଇ ପଡିଥିବା ବେଳେ ଅନ୍ୟ ମହାରା ଓ ନଈଯୋର ପ୍ରଦୂଷିତ ହେବାକୁ ବସିଛି। ମଣିବାବଙ୍କ ମନ୍ଦିର ନିର୍ମାତା କନିକାରାଜାଙ୍କ ଦ୍ୱାରା ବୈତରଣୀ ନଦୀ ଠାରୁ ଖନନ କରାଯାଇଥିବା ଶିବ ମାହାରା ନଳା ଦେଇ ଦୈନଦିନ ସମୁଦ୍ରରୁ ଆସୁଥିବା ଜୁଆରପାଣି ଶିବଗଙ୍ଗା ପୁଷ୍କରିଣୀକୁ ପ୍ରବେଶ କରିଥାଏ। ଏପରିକି ଏହି ପୁଷ୍କରିଣୀ ଜଳରେ ଦୈନଦିନ ମଣିବାବଙ୍କର ନୀତିକାନ୍ତି ଓ ଜଳାଭିଷେକ ହେଉଥିବା ବେଳେ ମାନସିକଧାରୀ ଭକ୍ତ ଓ ଚୂଡାକରଣ କର୍ମ କରୁଥିବା ଛୋଟଛୋଟ ପିଲାମାନେ ଏହି ପୁଷ୍କରିଣୀରେ ସ୍ନାନ କରିଥାନ୍ତି। ଆଗନ୍ତୁକ ଭକ୍ତମାନଙ୍କର ବିଶ୍ୱାସ ରହିଛି ଶିବଗଙ୍ଗା ପୁଷ୍କରିଣୀରେ ସ୍ନାନ କଲେ ଦୀର୍ଘଦିନର ଚର୍ମରୋଗ ଭଲ ହୋଇଥାଏ। ହେଲେ କେତେକ ଚିଙ୍ଗୁଡି ମାଫିଆ ମୁନାଫା ଭାବେ ଚିଙ୍ଗୁଡି ଘେରୀ କରିବା ସହିତ ନିର୍ଗତ ହେଉଥିବା ରାସାୟିନିକ ପାଣିକୁ ଶିବମାହାରା ନାଳରେ ଛାଡୁଥିବାରୁ ଏବେ ଶିବଗଙ୍ଗା ସମେତ ଆଖପାଖ ଅଞ୍ଚଳରେ ଥିବା ଜଳଉତ୍ସ ପ୍ରଦୂଷିତ ହୋଇ ଜହର ହେବାକୁ ବସିଛି। ଏବେଠାରୁ ପ୍ରଶାସନ ଯଦି ଉଚିତ ପଦକ୍ଷେପ ନନିଏ ତାହାଲେ ଆଗାମୀ ଦିନରେ ପୀଠରେ ଜଳବାୟୁ ପ୍ରଦୂଷିତ ହୋଇ ପଡିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏପରିକି ସ୍ଥାନୀୟ ଅଞ୍ଚଳରେ ଚର୍ମରୋଗ ଭଳି ଅନେକ ରୋଗ ଦେଖା ଦେବା ସହିତ ପରବର୍ତ୍ତୀ ସମୟରେ ଚର୍ମକର୍କଟ ଭଳି ରୋଗ ଦେଖା ଦେବ ବୋଲି ମତ ପ୍ରକାଶ ପାଇଛି। ତାହାସହ ଶିବଗଙ୍ଗା ପୁଷ୍କରିଣୀ ଜଳ ଯଦି ପ୍ରଦୂଷିତ ହୁଏ ତାହାଲେ ମଣିବାବଙ୍କ ଦୈନଦିନ ନୀତିକାନ୍ତିରେ ବଡ ସମସ୍ୟା ଉପିଜିବ ବୋଲି ଭକ୍ତ ମହାସଂଘର ସଭାପତି କେନ୍ଦ୍ରପଡା ଜିଲାର ବୀର କିଶୋର ପଣ୍ଡା ପ୍ରକାଶ କରିଛନ୍ତି। ଏପରିକି ଗୃହପାଳିତ ପଶୁଙ୍କ ସହ କୀଟପତଙ୍ଗ ନିକଟରେ ନାନା ରୋଗ ଦେଖା ଦେବ ବୋଲି ପରିବେଷବିତିମାନେ ପ୍ରକାଶ କରିଛନ୍ତି। ତାହାସହ ଚିଙ୍ଗୁଡି ଘେରୀ ନିକଟସ୍ଥ ଆଖପାଖ ଅଞ୍ଚଳରେ କୈାଣସି ଚାଷ ନହେବା ସହିତ ମାଟିର ଉର୍ବରତା କମିବ ବୋଲି ମଧ୍ୟ ମତପ୍ରକାଶ ପାଇଛି। ଫଳରେ ଉକ୍ତ ଅଞ୍ଚଳରେ ଥିବା ନୀରିହ ଗରିବ ଚାଷୀ ଆଗାମୀ ଦିନରେ ଜୀବିକା ହରାଇବେ।

କଣ କହନ୍ତି ଏମାନେ-

- Advertisement -

ଜଳବାୟୁ ପ୍ରଦୂଷିତ ହେବା ସହ ବ୍ୟାପିବ ଚର୍ମରୋଗ

ଡା. ସାନ୍ତୁନ କୁମାର ଦାସ(ନୂଆବଜାର , ବାଲେଶ୍ୱର)-

ଆଖଣ୍ଡଳମଣିଙ୍କ ପୀଠରେ ଚିଙ୍ଗି ଘେରୀ ହେବା ଅଶୋଭନୀୟ, ଏପରିକି ଉକ୍ତ ଅଞ୍ଚଳରେ ଜଳବାୟୁ ପ୍ରଦୂଷିତ ହେବା ସହିତ ଚର୍ମରୋଗ ବ୍ୟାପିବ। ପରବର୍ତ୍ତୀ ସମୟରେ ଚର୍ମ କର୍କଟ ରୋଗ ଦେଖା ଦେବାର ବହୁ ସମ୍ଭାବନା ରହିଛି। ତାହାସହ ପୀଠ ଚତୁଃପାର୍ଶ୍ବରେ ଥିବା ଜଳ ଉତ୍ସ ଗୁଡିକ ମଧ୍ୟ ପ୍ରର୍ଯ୍ୟାୟ କ୍ରମେ ପ୍ରଦୂଷିତ ହୋଇ ପଡିବ।

 

ଚିଙ୍ଗୁଡି ଘେରୀ ପାଇଁ ଜୀବିକା ହରାଇବ ଚାଷୀକୂଳ

ଦୀଲିପ ରାଉତ, ପରିବେଷବିତ, ଚାନ୍ଦବାଲି

ପୂର୍ବରୁ ଯେଉଁ ଅଞ୍ଚଳରେ ଚିଙ୍ଗୁଡି ଘେରୀ ହୋଇଛି। ଉକ୍ତ ଅଞ୍ଚଳର ମାଟିର ଉର୍ବରତା କମିବା ସହିତ କୈାଣସି ଚାଷ ହୋଇ ପାରିବ ନାହିଁ, ଫଳରେ ନୀରିହ ଚାଷୀମାନେ ତାଙ୍କର ଜୀବିକା ହରାଇବେ। ତାହାସହ ଗୃହପାଳିତ ପଶୁଙ୍କ ସହ ଉକ୍ତ ଅଞ୍ଚଳରେ ବସବାସ କରୁଥିବା କୀଟପତଙ୍ଗଙ୍କର ବହୁ କ୍ଷତି ଘଟିବ।

ଶିବମାହାରା ଓ ଶିବଗଙ୍ଗା ପୁଷ୍କରିଣୀ ଜଳକୁ ପ୍ରଦୂଷିତ କରାନଯାଉ

ବୀରକିଶୋର ପଣ୍ଡା(ଭକ୍ତ ମହାସଂଘ, ସଭାପତି, କେନ୍ଦ୍ରାପଡା)

ମଣିବାବାଙ୍କ ପୀଠରେ ବିଶ୍ୱାସ ରହିଛି ସିବଗଙ୍ଗା ପୁଷ୍କରିଣୀ ଜଳରେ ସ୍ନାନ କଲେ ଅସାଧ୍ୟ ରୋଗ ଭଲ ହେବା ସହିତ ବହୁ ପୂଣ୍ୟ ମିଳିଥାଏ। ସେଥିପାଇଁ ରାଜ୍ୟ ଓ ରାଜ୍ୟ ବାହରୁ ଅଗଣିତ ଭକ୍ତ ମଣିବାବାଙ୍କ ପୀଠକୁ। ଆସି ନିଜର ମନସ୍କାମନା ପୁରଣ ପାଇଁ ଛୋଟଛୋଟ ପିଲାମାନଙ୍କର ମୁଣ୍ଡନ କରିବା ସହିତ ଶିବଗଙ୍ଗା ପୂହ୍‍କରିଣୀ ଜଳରେ ସ୍ନାନ କରାଇଥାନ୍ତି। ତାହାସହ ଦୈନଦିନ ଉକ୍ତ ପୁଷ୍କରିଣୀ ଜଳରେ ମଣିବାବାଙ୍କର ସମସ୍ତ ନୀତିକାନ୍ତି ଓ ଜଳାଭିଷେକ ସମ୍ପନ୍ନ ହୋଇଥାଏ। ତେଣୁ ବୈତରଣୀ ନଦୀରୁ ଆସିଥିବା ଶିବମାହାରା ଓ ଶିବଗଙ୍ଗା ପୁଷ୍କରିଣୀ ଜଳ ଯେପରି ନିର୍ମଳ ରହିବ ସେଥିପାଇଁ ରାଜ୍ୟ ସରକାର ଓ ଜିଲାପ୍ରଶାସନ ବିଶେଷ ଭାବେ ଦୃଷ୍ଟି ଦେବା ଆବଶ୍ୟକ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories