www.samajalive.in
Monday, December 15, 2025
16.1 C
Bhubaneswar

ଅପ୍ରେଲ ୫ରେ ଡିଏମ୍‌କେର ତାମିଲନାଡୁ ବନ୍ଦ ଡାକରା

ଚେନ୍ନଇ : କାବେରୀ ଜଳବିବାଦ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ କାର୍ଯ୍ୟକାରୀ କରିବାରେ କେନ୍ଦ୍ର ସରକାରଙ୍କ ବିଫଳତାକୁ ନେଇ ଡିଏମ୍‌କେ ଅପ୍ରେଲ ୫ରେ ତାମିଲନାଡୁ ବନ୍ଦ ଡାକରା ଦେଇଛି । ରବିବବାର ଡିଏମ୍‌କେ ସଭାପତି ଏମ୍‌କେ ଷ୍ଟାଲିନ୍‌ ସର୍ବଦଳୀୟ ବୈଠକ ଡାକିଥିଲେ । ଏହି ବୈଠକ ପରେ ସେ ତାମିଲନାଡୁ ବନ୍ଦ ଡାକରା ଦେଇଛନ୍ତି । ଏହାସହ ଅପ୍ରେଲ ୧୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚେନ୍ନଇ ଗସ୍ତ ବେଳେ ବିରୋଧ ପ୍ରଦର୍ଶନ ପୂର୍ବକ ତାଙ୍କୁ କଳା ପତାକା ପ୍ରଦର୍ଶନ କରାଯିବ ବୋଲି ଷ୍ଟାଲିନ ଘୋଷଣା କରିଛନ୍ତି । ପ୍ରକାଶ ଯେ ଏହି ମାମଲାରେ ସୁପ୍ରିମକୋର୍ଟ ରାୟ ପ୍ରକାଶ ପାଇବାର ଛଅ ସପ୍ତାହ ମଧ୍ୟରେ କାବେରୀ ପରିଚାଳନା ବୋର୍ଡ ଗଠନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ। ଗତ ଗୁରୁବାର ଏହି ସମୟସୀମାର ଶେଷ ଦିନ ଥିଲା, ଯାହା ଅତିକ୍ରାନ୍ତ କରିସାରିଛି । ତେବେ ଶନିବାର ଏହି ରାୟକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ତିନି ମାସ ଅଧିକ ସମୟ ମାଗିଛନ୍ତି। ମେ’ ୧୨ରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାରୁ ବର୍ତ୍ତମାନ ଏହି ନିର୍ଦେଶକୁ କାର୍ଯ୍ୟକାରୀ କରିବାରେ ଅସୁବିଧା ହେଉଛି ବୋଲି ଶନିବାର ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ସତ୍ୟପାଠରେ କେନ୍ଦ୍ର ସରକାର ଉଲ୍ଲେଖ କରିଛନ୍ତି। ଏହାବ୍ୟତୀତ କାବେରୀ ପରିଚାଳନା ବୋର୍ଡ ଗଠନ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଯେଉଁ ନିର୍ଦେଶ ଦେଇଛନ୍ତି, ତାହା ଉପରେ କେନ୍ଦ୍ର ସରକାର ସ୍ପଷ୍ଟୀକରଣ ଲୋଡିଛନ୍ତି। ଏହି ମାମଲାରେ ଶନିବାର ଏଆଇଏଡିଏମ୍‌କେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଷ୍ଟାଲିନ୍‌ ଏଥିପାଇଁ ଆଇଏଡିଏମକେର ସହଯୋଗ ଲୋଡିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories