www.samajalive.in
Sunday, December 14, 2025
26.1 C
Bhubaneswar

ଗଜପତି ଜିଲାରୁ ନକଲି ୫୦୦ଟଙ୍କିଆ ନୋଟ ଜବତ, ୩ ଅଭିଯୁକ୍ତ ଗିରଫ

ପାରଳାଖେମୁଣ୍ଡି/ଗୁମ୍ମା: ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ କେଶିପୁରରୁ ପୁଲିସ ଜାଲ ନୋଟ ଜବତ କରିବା ସହ, ଜାଲ ନୋଟ କାରବାର କରୁଥିବା ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନଙ୍କ ଠାରୁ ନକଲି ୫୦୦ ଟଙ୍କିଆ ନୋଟ ଜବତ କରାଯାଇଛି ।

ଏବେ ମେଳା ଚାଲିଥିବା ବେଳେ ସେହି ଅଞ୍ଚଳର ଯଶୋବନ୍ତ ଜେନା ଓ ତାଙ୍କ ପୁଅ ରଞ୍ଜନ ଜେନା ଜଣେ ଦୋକାନୀଙ୍କଠାରୁ ୫ଶହ ଟଙ୍କା ଦଇ କିଛି କିଣା କିଣି କରିଥିଲେ। ଦୋକାନୀଙ୍କର ସନ୍ଦେହ ହେବାରୁ ସେ ପୁଲିସକୁ ଏ ବିଷୟରେ ଜଣାଇଥିଲେ । ପୁଲିସ ଏହି ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରା ଉଚରା କରିବାରୁ ତାଙ୍କ ନିକଟରୁ ୯ଟି ନକଲି ୫୦୦ ଟଙ୍କିଆ ନୋଟ ଜବତ ହୋଇଥିଲା । ଏହି ନୋଟ ଗୁଡିକୁ କମ୍ପୁଟର ଦୋକାନ କରିଥିବା ଶାନ୍ତିଶୀଳ ଷଡଙ୍ଗୀ ତାଙ୍କ ଦୋକାନରେ ଛାପୁଥିବା ସେମାନେ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଚଢଉ କରି ଟଙ୍କା ଛପା ଯାଉଥିବା କମ୍ପୁଟର ଓ ପ୍ରିଣ୍ଟରକୁ ଜବତ କରିଛି । ଏଥିରେ ସମ୍ପୃକ୍ତ ରାଜକୁମାର ପାଣି ନାମକ ଅନ୍ୟତମ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଶାନ୍ତିଶୀଳ ଷଡଙ୍ଗୀ ଫେରାର ହୋଇଯାଇଛି । ଏବେ ପୁଲିସ ଏହି  ନକଲି ଟଙ୍କା ଛପା ରାକେଟ ବିଷୟରେ ଅଧିକ ତଦନ୍ତ ଜାରି ରଖିଛି ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories