ରାସ୍ତାରେ ଅଳିଆ ଫୋପାଡିବାରୁ ଯୁବକଙ୍କ ଉପରେ ରାଗିଲେ ଅନୁଷ୍କା ଶର୍ମା
ମୁମ୍ବଇ : ବିରାଟ କୋହଲି ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି , ଯେଉଁଥିରେ ତାଙ୍କ ପତ୍ନି ଅନୁଷ୍କା ଶର୍ମା ରାସ୍ତାରେ ଜଣେ ଯୁବଙ୍କୁ ଗାଳି କରୁଥିବା ଦେଖିବାକୁ ମିଳିଛି। ପ୍ରକାଶ ଯେ ଜଣେ ଯୁବକ କାରରେ ଯାଉଥିବା ସମୟରେ କାର କାଚ ଖୋଲି ରାସ୍ତା ଉପରେ ପ୍ଲାଷ୍ଟିକର ଏକ ଥଳି ଫୋପାଡିଥିଲେ ଅନୁଷ୍କା ଶର୍ମା ଏହା ଦେଖି ରାଗିଯାଇ ଗାଳିକରି କହିଥିଲେ ଆପଣ ଏହାକୁ ଡଷ୍ଟବିନରେ ନପକାଇ ରାସ୍ତାରେ କାହିଁକି ପକାଇଲେ। ଅନୁଷ୍କାଙ୍କ କଥାଶୁଣି ସେ କିଛି କହିପାରିଲେ ନାହିଁ। ବିରାଟ ଟ୍ୱିଟରେ ଭିଡିଓ ଅପଲୋଡ କରି ଲେଖିଛନ୍ତ କିଛି ଲୋକ ଦାମି କାର୍ ବ୍ୟବହାର କରୁଥିଲେ ମଧ୍ୟ ରାସ୍ତାକୁ ଡଷ୍ଟବିନ୍ ବୋଲି ଭାବୁଛନ୍ତି। ଏପରି ଲୋକ ନିଜ ମାନସିକତାକୁ ପରିବର୍ତ୍ତନ କରିବା ଆବଶ୍ୟକ।
Saw these people throwing garbage on the road & pulled them up rightfully. Travelling in a luxury car and brains gone for a toss. These people will keep our country clean? Yeah right! If you see something wrong happening like this, do the same & spread awareness. @AnushkaSharma pic.twitter.com/p8flrmcnba
— Virat Kohli (@imVkohli) June 16, 2018