ଭାରତର ସର୍ବବୃହତ ଫେସନ ଟ୍ରେଣ୍ଡ୍‌ସ ଅନୁଗୁଳରେ ଖୋଲିଲା ଦ୍ୱିତୀୟ ଷ୍ଟୋର

ଅନୁଗୁଳ/ ଭୁବନେଶ୍ୱର: ରିଲାଏନ୍ସ ରିଟେଲ୍ ପକ୍ଷରୁ ଓଡ଼ିଶାର ଅନୁଗୁଳ ସହରରେ ଭାରତର ସର୍ବବୃହତ ଓ ଦ୍ରୁତ ଅଭିବୃଦ୍ଧିଶୀଳ ପୋଷାକ ଓ ଆକ୍‌ସୋସୋରିଜ୍ ସ୍ପେସିଆଲିଟି ଷ୍ଟୋର୍ ଟ୍ରେଣ୍ଡ୍‌ସର ଦ୍ୱିତୀୟ ଷ୍ଟୋର ଶୁଭାରମ୍ଭ କରାଯାଇଛି । ଟ୍ରେଣ୍ଡ୍‌ସ ଭାରତରେ ମେଟ୍ରୋଠାରୁ ଆରମ୍ଭ କରି ମିନି ମେଟ୍ରୋ ତଥା ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ସହର ପର୍ଯ୍ୟନ୍ତ ଏହାର ଉପସ୍ଥିତି ଓ ଗ୍ରାହକଙ୍କ ସହ ସମ୍ପର୍କକୁ ସୁଦୃଢ଼ କରି ପୂର୍ଣ୍ଣ ଅର୍ଥରେ ଭାରତରେ ଫେସନ୍‌କୁ ସମସ୍ତଙ୍କ ପାଖରେ ପହଂଚାଉଛି ଓ ଏହା ହେଉଛି ଭାରତର ପସନ୍ଦର ଫେସନ ସପିଙ୍ଗ ସ୍ଥଳ ।

ଅନୁଗୁଳର ନୂଆ ଟ୍ରେଣ୍ଡ୍‌ସ ଷ୍ଟୋର୍ ଅତ୍ୟାଧୁନିକ ଓ ବେଶ ଆକର୍ଷଣୀୟ ହୋଇଥିବା ବେଳେ ସେଥିରେ ଉନ୍ନତ ଗୁଣମାନର ଫେସନ ସାମଗ୍ରୀର ଆକର୍ଷଣୀୟ ବର୍ଗମାଳା ରହିଛି ଯାହା ଏହି ଅଂଚଳର ଗ୍ରାହକମାନଙ୍କ ପାଇଁ ବେଶ ଉପଯୋଗୀ ଓ ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଛି ଏବଂ ସେଗୁଡ଼ିକୁ ଉଚ୍ଚ ଭାଲ୍ୟୁ ଫର ମନି ଭାବେ ବିଚାର କରାଯାଉଛି ।

ଏହି ଅଂଚଳର ଗ୍ରାହକମାନେ ସୁଲଭ ମୂଲ୍ୟରେ ଓମେନ୍ ଓୟାର, ମେନ୍‌ସ ଓୟାର, କିଡ୍‌ସ ଓୟାର ଓ ଫେସନ୍ ଆକ୍‌ସେସୋରିଜ୍ ପାଇଁ ଏକ ସ୍ୱତନ୍ତ୍ର ଓ ଉତ୍କୃଷ୍ଟ ସପିଙ୍ଗ ଅନୁଭୂତି ପାଇପାରିବେ ।

୧୪,୦୦୦ ବର୍ଗଫୁଟର ଏହି ଷ୍ଟୋର ଯାହା ଅନୁଗୁଳ ସହରର ଦ୍ୱିତୀୟ ଟ୍ରେଣ୍ଡ୍‌ସ ଷ୍ଟୋର୍ ସେଥିରେ ଶ୍ରେଷ୍ଠ ଉପଯୋଗୀ ଫେସନ ଓ ଆକର୍ଷଣୀୟ ମୂଲ୍ୟ ସହିତ ସ୍ୱତନ୍ତ୍ର ଉଦ୍‌ଘାଟନୀ ଅଫର ରହିଛି – ଯେପରିକି ୩,୪୯୯ ଟଙ୍କାର ସପିଙ୍ଗ୍ କରନ୍ତୁ ଓ ମାତ୍ର ୧୯୯ ଟଙ୍କା ମୂଲ୍ୟରେ ପାଆନ୍ତୁ ଏକ ଆକର୍ଷଣୀୟ ଉପହାର । କେବଳ ସେତିକି ନୁହେଁ ଗ୍ରାହକମାନେ ୨୯୯୯ ଟଙ୍କାର ସପିଙ୍ଗ୍ ସହିତ ୩୦୦୦ ଟଙ୍କା ମୂଲ୍ୟର କୁପନ ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ । ଗ୍ରାହକମାନଙ୍କୁ ଏକ ଶ୍ରେଷ୍ଠ ସପିଙ୍ଗ୍ ଅନୁଭୂତି ପ୍ରଦାନ କରିବା ପାଇଁ ପୂର୍ଣ୍ଣ ପ୍ରସ୍ତୁତ ରହିଛି ଅନୁଗୁଳର ନୂଆ ଟ୍ରେଣ୍ଡ୍‌ସ ଷ୍ଟୋର୍ ।

Comments are closed.