bjd gruha runa

ମହିଳାଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ

BJD Bijuli 480×75 Mob

ଅନଗୁଳ: ଅନଗୁଳ ଥାନା ଅନ୍ତର୍ଗତ କୁମଣ୍ଡ ଗ୍ରାମର ତଳସାହିରେ ରବିବାର ଜଣେ ନବବଧୂଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି। ବେକରେ ଲୁଗା ବାନ୍ଧି ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଉଦ୍ଧାର କରାଯାଇଛି । ମୃତା ନବବଧୂ ଜଣକ ହେଉଛନ୍ତି ପିଣ୍ଟୁ ସାହୁଙ୍କ ପତ୍ନୀ ଯଶସ୍ୱିନୀ।

ସୂଚନା ଅନୁଯାୟୀ, ସକାଳେ କୌଣସି କାରଣରୁ ଯଶସ୍ୱିନୀ ତାଙ୍କ ଝିଅକୁ ମାଡ଼ ମାରୁଥିଲେ। ଏଥିରେ ପିଣ୍ଟୁ ତାଙ୍କୁ ବାଧା ଦେବା ସହ ଗାଳିଗୁଲଜ କରି ଝିଅକୁ ଧରି ପଦାକୁ ଚାଲି ଆସିଥିଲେ। କିଛି ସମୟ ପରେ ପିଣ୍ଟୁ ଘରକୁ ଫେରି କବାଟ ଖୋଲିବାକୁ ଡାକ ପକାଇଥିଲେ। ସେ କୌଣସି ଉତ୍ତର ନ ପାଇବାରୁ ତାଙ୍କ ମନରେ ସନ୍ଦେହ ହୋଇଥିଲା। ଏହାପରେ ପିଣ୍ଟୁଙ୍କ ପରିବାର ଲୋକେ ଝିଅଘରକୁ ଖବର ଦେଇଥିଲେ। ପରିବାରଲୋକେ ଓ ଅନଗୁଳ ପୁଲିସ ପହଞ୍ଚି କବାଟ ଭାଙ୍ଗି ଘର ଖୋଲିଥିଲେ। ଏହାପରେ  ଯଶସ୍ୱିନୀ ଫ୍ୟାନ୍‌ରେ ଲୁଗା ବାନ୍ଧି ଜୀବନ ହାରିଥିବା ଜଣାପଡ଼ିଛି। ପୁଲିସ ମୃତଦେହକୁ ଜବତ କରିବାସହ ଘଟଣାର ତଦନ୍ତ ଜାରି ରଖିଛି।  ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ଜଣା ପଡିବ ବୋଲି ପୁଲିସ କହିଛି।

 

Comments are closed.