ଏମ୍‌କେସିଜିରେ ଆଉ ଜଣେ ଡିପ୍‌ଥେରିଆ ରୋଗୀ ମୃତ

ବ୍ରହ୍ମପୁର : ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଚିକିିତ୍ସିତ ହେଉଥିବା ଆଉ ଜଣେ ଡିପ୍‌ଥେରିଆ ରୋଗୀଙ୍କର ମୃତ୍ୟୁ ହୋଇଛି। କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ କୁମ୍ଭାରିପୁଟ ଅଞ୍ଚଳର ଏହି ବାଳକ ଜଣଙ୍କ ୧୬ ତାରିଖରେ ଏମ୍‌କେସିଜିର ଶିଶୁ ବିଭାଗରେ ଭର୍ତ୍ତି ହୋଇଥିଲା। ତାଙ୍କୁ ସଂଘରୋଧ କେନ୍ଦ୍ର ଓ ଅବସ୍ଥା ଗୁରୁତର ହେବାରୁ ଶିଶୁ ବିଭାଗର ଏଚ୍‌ଡିୟୁ (ହାଇ ଡିପେଡେନ୍ସି ୟୁନିଟ୍‌)କୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସା ଚାଲିଥିବାବେଳେ ବୁଧବାର ସନ୍ଧ୍ୟାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।  ପୂର୍ବରୁ ୧୩ ତାରିଖରେ ରାୟଗଡାର ଜଣେ ୧୨ ବର୍ଷୀୟ ଶିଶୁକନ୍ୟାର ଏମ୍‌କେସିଜିରେ ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ଏମ୍‌କେସିଜିରେ ଡିପ୍‌​ଥେରିଆରେ ଆକ୍ରାନ୍ତ ଏହି ୨ ଜିଲାର ଅନ୍ୟ ୩ ଜଣ ଶିଶୁଙ୍କର ଚିକିତ୍ସା ଜାରି ରହିଛି।

Comments are closed.